ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ଏପର୍ଯ୍ୟନ୍ତ ମୋଟ ୫ଟି ପର୍ଯ୍ୟାୟ ଶେଷ ହୋଇଯାଇଛି ଓ ଆଉ ୨ଟି ପର୍ଯ୍ୟାୟ ବାକି ଅଛି । ଆସନ୍ତା ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହି ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦାବି କରୁଥିବାବେଳେ ଝୁଲା ଲୋକସଭା ହେବ ବୋଲି ବିରୋଧୀ ଦଳମାନେ କହୁଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଏେବେଠାରୁ ୨୧ଟି ବିରୋଧୀ ଦଳ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ଏହି ୨୧ଟି ବିରୋଧୀ ଦଳ ନିର୍ବାଚନ ସମାପ୍ତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ଏକକ ସଂଖ୍ୟା ଗରିଷ୍ଠ ଦଳକୁ ନ ଡାକି ସେମାନଙ୍କ ମେଣ୍ଟକୁ ଡାକିବାକୁ ଅନୁରୋଧ କରିବେ ବୋଲି ଏନଡିଟିଭିର ଏକ ରିପୋର୍ଟରେ ଦାବି କରାଯାଇଛି । ଗୋଆ, କର୍ଣ୍ଣାଟକରେ ଯେପରି ଏକକ ସଂଖ୍ୟାଗରିଷ୍ଠ ଦଳ ସରକାର କରିପାରିଲା ନାହିଁ, ସେହି ଫର୍ମୁଲା କେନ୍ଦ୍ରରେ ଲାଗୁ କରିବାକୁ ବିରୋଧୀ ଦଳ ଯୋଜନା କରୁଛନ୍ତି । ଏପରି ହେଲେ ସେମାନେ ନରେନ୍ଦ୍ର ମୋଦି ଓ ବିଜେପିକୁ କ୍ଷମତାରୁ ଦୂରେଇ ପାରିବେ ବୋଲି ମନେ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/parliament-1461464852.jpeg)