ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ଶହ ତେର ଜଣ ପ୍ରାର୍ଥୀ ସେମାନଙ୍କ ନାମରେ ଥିବା ଅପରାଧିକ ମାମଲା ଘୋଷଣା କରିଛନ୍ତି। ଅନ୍ୟାନ୍ୟ ସାଙ୍ଘାତିକ ମାମଲା ଛଡ଼ା ନରହତ୍ୟା, ମହିଳାଙ୍କ ପ୍ରତି ଅପରାଧ ଏବଂ ଅପହରଣ ଆଦି ମାମଲା ଏହି ପ୍ରାର୍ଥୀମାନଙ୍କ ନାମରେ ରହିଛି। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ୧୨୭୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୬୬ ଜଣ ପ୍ରାର୍ଥୀଙ୍କର ସତ୍ୟପତ୍ର ବିଶ୍ଳେଷଣ କରି ନେସ୍ନାଲ୍ ଇଲେକ୍ସନ୍ ଓ୍ଵାଚ୍ ଆଣ୍ଡ୍ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ରିପୋର୍ଟ ଆଧାରରେ ଏହି ତଥ୍ୟ ସଂଗ୍ରହ କରିଛି। ଠିକ୍ ଭାବରେ ସ୍କାନ୍ ହୋଇ ନ ପାରିବା ତଥା ଅସମ୍ପୂର୍ଣ୍ଣ ଥିବାରୁ ବାକି ୧୩ ଜଣ ପ୍ରାର୍ଥୀଙ୍କର ସତ୍ୟପତ୍ର ବିଶ୍ଳେଷଣ କରାଯାଇ ପାରି ନାହିଁ।
୧୨୬୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨% ସେମାନଙ୍କ ନାମରେ ଥିବା ସାଙ୍ଘାତିକ ଅପରାଧିକ ମାମଲା ଘୋଷଣା କରିଛନ୍ତି। ୧୨% ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୦ ଜଣ ପ୍ରାର୍ଥୀ ସେମାନଙ୍କ ନାମରେ ନରହତ୍ୟା ମାମଲା ଥିବା ଘୋଷଣା କରିଛନ୍ତି।
୨୫ ଜଣ ପ୍ରାର୍ଥୀ ହତ୍ୟା ଉଦ୍ୟମ, ୪ ଜଣ ଅପହରଣ, ୧୬ ଜଣ ମହିଳାଙ୍କ ବିରୋଧରେ ବୈଷମ୍ୟ ଭାଷଣ ଏବଂ ୧୨ ଜଣ ନିଜ ବିପକ୍ଷରେ ବୈଷମ୍ୟ ଭାଷଣ ଦେଇ ଅପରାଧୀଭୁକ୍ତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/voting.jpg)