ନୂଆଦିଲ୍ଲୀ : ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ଧାର୍ମିକ ସମାବେଶ ଦେଶ ପାଇଁ ଏକ ବଡ଼ ବିପଦ ଆସିବାର ଆଶଙ୍କା ରହିଛି । ଏପରିକି କରୋନା ସଂକ୍ରମଣ ରୋକିବାକୁ ସରକାର ନେଇଥିବା ସବୁ ପଦକ୍ଷେପ ବିଫଳ ହେବାର ଆଶଙ୍କା ଦେଖାଦେଇଛି । ଏହି ସମାବେଶର ଯୋଗ ଦେଇଥିବା ଲୋକମାନେ ବିଭିନ୍ନ ରାଜ୍ୟରେ ପହଞ୍ଚି ଅନ୍ୟ ଲୋକମାନଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମାବେଶରେ ଯୋଗ ଦେଇଥିବା ଦିଲ୍ଲୀର ୨୪ ବ୍ୟକ୍ତି ଓ ଆନ୍ଧ୍ରଦେଶର ୧୧ ବ୍ୟକ୍ତି କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତାମିଲନାଡ଼ୁରେ ମଧ୍ୟ କିଛି ଲୋକ ସଂକ୍ରମିତ ଥିବା ସଂଦେହ କରାଯାଉଛି । ଏହା ପୂର୍ବରୁ ତେଲେଙ୍ଗାନାରେ ୬ ବ୍ୟକ୍ତି କରୋନା ସଂକ୍ରମଣରେ ମୃତ୍ୟୁବରଣ କରିସାରିଛନ୍ତି ।
ନିଜାମୁଦ୍ଦିନର ଏକ ମସଜିଦରେ ହୋଇଥିବା ଏହି ସମାବେଶ ପ୍ରାୟ ୨ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ ଓ ଏଥିରେ ଇଣ୍ଡୋନେସିଆ, ମାଲେସିଆ ଆଦି ଦେଶରୁ ମଧ୍ୟ ଲୋକ ଯୋଗ ଦେଇଥିଲେ । ତାବଲିଘି ଜମାତ ପକ୍ଷରୁ ଅନୁଷ୍ଠିତ ଏହି ସମାବେଶ ମାର୍ଚ୍ଚ ୧ରୁ ୧୫ ପର୍ଯ୍ୟନ୍ତ ହୋଇଥିଲା । ତେବେ ଏହି ସମାବେଶ ପାଇଁ ପୁଲିସର ଅନୁମତି ନିଆଯାଇନଥିଲା ।