ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି। ଏହି କଣ୍ଟ୍ରୋଲ ରୁମ୍ ମାର୍ଚ୍ଚ ୧୫ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ କାମ କରିବ।
ରାଜ୍ୟର ସାଧାରଣ ଜନତା ନିର୍ବାଚନ ସଂପର୍କିତ ଅଭିଯୋଗ ୦୬୭୪-୨୩୯୫୦୧୫ ମାଧ୍ୟମରେ ଫୋନ୍କରି ଅଭିଯୋଗ କରିପାରିବେ। ଏହି ଟେଲିଫୋନ୍ ନମ୍ବର ମାଧ୍ୟମରେ ଜନତା ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
ନିର୍ବାଚନରେ ଅନିୟମିତତା ହେଉଥିବା ସଂପର୍କୀତ ମାମଲା ଉପରେ ଜନତା ଫୋନ୍ କରି ଜଣାଇପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଦର୍ଶ ଆଚରଣ ବିଧି ଉଲଂଘନ ସଂପର୍କିତ ଅଭିଯୋଗ ମଧ୍ୟ ଜଣାଇପାରିବେ ବୋଲି କୁହାଯାଇଛି। ଅଭିଯୋଗ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/24.jpg)