ବାମନାଳ: ନିମାପଡ଼ା ସ୍ଥିତ ମୁକ୍ତାକାଶ ମଞ୍ଚରେ ନିମାପଡ଼ା ହେଲ୍ପ ଲାଇନ ଓ ନିମାପଡ଼ା ମହୋତ୍ସଵ କମିଟି ଦ୍ୱାରା ଆୟୋଜିତ ୨୪ ତମ ନିମାପଡ଼ା ମହୋତ୍ସବକୁ ଉଦଘାଟକ ଭାବେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାା ଯୋଗଦେଇ ଉଦଘାଟନ କରିଥିଲେ।
ଉକ୍ତ ମହୋତ୍ସବରେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ,ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ,ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର , ପୁରୀଜିଲ୍ଲା ଆରକ୍ଷୀ ଅଧିଖ୍ୟାକ ଭିନିତ ଅଗ୍ରୱାଲ, ନିମାପଡା ଏନ ଏ ଏସି ଅଧ୍ୟକ୍ଷା ସସ୍ମିତା ସାହୁ ,ମହୋତ୍ସବ କମିଟିର ପୂର୍ବତନ ଅଧ୍ୟକ୍ଷଙ୍କ ସୁକନ୍ୟା ରିଚା ପରିଡା , ଆଇଓ ସିଏଲର ଅଧ୍ୟକ୍ଷ ସୁଦୀପ୍ତ ରାୟ,ନିମାପଡା ବିଡ଼ିଓ ଡ଼କ୍ଟର ଅଭିଜିତ ଷଡ଼ଙ୍ଗୀ ,ହେଲ୍ପ ଲାଇନ ସଭାପତି ଅକ୍ଷୟ କୁମାର ସାହୁ ,ସମ୍ପାଦକ ନିଗମାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ଉକ୍ତ ମହୋତ୍ସବରେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ,ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ,ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର , ପୁରୀ ଜିଲ୍ଲା ଆରକ୍ଷୀ ଅଧିଖ୍ୟାକ ଭିନିତ ଅଗ୍ରୱାଲ, ନିମାପଡା ଏନ ଏ ଏସି ଅଧ୍ୟକ୍ଷା ସସ୍ମିତା ସାହୁ ,ମହୋତ୍ସବ କମିଟିର ପୂର୍ବତନ ଅଧ୍ୟକ୍ଷଙ୍କ ସୁକନ୍ୟା ରିଚା ପରିଡା , ଆଇଓ ସିଏଲର ଅଧ୍ୟକ୍ଷ ସୁଦୀପ୍ତ ରାୟ,ନିମାପଡା ବିଡ଼ିଓ ଡ଼କ୍ଟର ଅଭିଜିତ ଷଡ଼ଙ୍ଗୀ ,ହେଲ୍ପ ଲାଇନ ସଭାପତି ଅକ୍ଷୟ କୁମାର ସାହୁ ,ସମ୍ପାଦକ ନିଗମାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା " ସମୃଦ୍ଧି ପଥେ ନିମାପଡ଼ା " ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏହି ଉତ୍ସଵକୁ ଶିକ୍ଷାବିତ୍ ପ୍ରତାପ ରାଉତ ପରିଚାଳନା କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଷ୍ଟଲ ଖୋଲା ଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ନିମାପଡ଼ା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଅଦିନିଆ ବର୍ଷାକୁ ଖାତିରି ନକରି ମହାଆଡମ୍ବରରେ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରେ ନୃତ୍ୟାଳୟ ନିମାପଡ଼ା ପକ୍ଷରୁ ଓଡ଼ିଶୀ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା। ପରେ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।