/* */

୨୪ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ୨୬୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୨୬୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୦ ହଜାର ୬୪୬ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୪୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ବାଲେଶ୍ୱରରୁ ୨୩୮, ଯାଜପୁରରୁ ୧୫୩, ମୟୂରଭଂଜରୁ ୧୦୧, ପୁରୀରୁ ୧୪୯, ଭଦ୍ରକରୁ ୧୨୬, ଜଗତସିଂହପୁରରୁ ୧୧୦, ନୟାଗଡ଼ରୁ ୮୦, କେନ୍ଦ୍ରାପଡ଼ାରୁ ୫୯ ଓ ଅନୁଗୁଳରୁ ୧୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ୫୫, ଢେଙ୍କାନାଳରୁ ୭୫ , କୋରାପୁଟରୁ ୪୧, କେନ୍ଦୁଝରରୁ ୭୪, ମାଲକାନଗିରିରୁ ୫୭, କଳାହାଣ୍ଡିରୁ ୧୪, ଝାରସୁଗୁଡ଼ାରୁ ୩, ସମ୍ବଲପୁରରୁ ୨୫, ରାୟଗଡ଼ାରୁ ୨୪, କନ୍ଧମାଳରୁ ୨୦, ବୌଦ୍ଧରୁ ୧୩, ନବରଂଗପୁରରୁ ୨୮, ସୁବର୍ଣ୍ଣପୁରରୁ ୧୭, ବରଗଡ଼ରୁ ୭, ଗଜପତି ଏବଂ ନୂଆପଡ଼ାରୁ ୯ ଜଣ ଲେଖାଏଁ, ଦେବଗଡ଼ରୁ ୮, ଗଂଜାମରୁ ୧୩, ବଲାଙ୍ଗୀରରୁ ୧୬ ଓ ରାଜ୍ୟପୁଲରୁ ୯୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର