ରାଉରକେଲା: ଖାଦ୍ୟ ବିତରଣ ସଂସ୍ଥା ‘ଜୋମାଟୋ’  ଆସନ୍ତା ୨୬ ତାରିଖରୁ  ‘ଲମ୍ବା ଦୂରତା ସେବା ଶୁଳ୍କ’ ଆଦାୟ କରିବ ବୋଲି ବିଜ୍ଞପ୍ତି ଜାରି କରିବା ପରେ ଇସ୍ପାତ ସହରର ବିଭିନ୍ନ ରେସ୍ତୋରାଁ ପକ୍ଷରୁ ପ୍ରତିବାଦ କରାଯାଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ସହରର ୨୭ଟି ରେସ୍ତୋରାଁ ଜୋମାଟୋ ମାଧ୍ୟମରେ ଆଉ ବରାଦ ନେଉନାହାନ୍ତି। ଏହି ଶୁଳ୍କ ପ୍ରତ୍ୟାହାର ନ ହେବାଯାଏ, ପୁନଃ ଜୋମାଟୋ ସହ ଯୋଡ଼ି ହେବେନି ବୋଲି ରେସ୍ତୋରାଁ ମାଲିକମାନେ ଚେତାବନୀ ଦେଇଛନ୍ତି। ଏତଦ୍‌ବ୍ୟତୀତ ସହରର ଅନ୍ୟାନ୍ୟ ରେସ୍ତୋରାଁ ସହ ଆଲୋଚନା କରି ସଂପୂର୍ଣ୍ଣ ବର୍ଜନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି।
 
Advertisment

ରାଉରକେଲା ସ୍ମାର୍ଟସିଟିରେ ୨ ଶହରୁ ଅଧିକ ରେସ୍ତୋରାଁ ରହିଥିବାବେଳେ ଏଥିମଧ୍ୟରୁ ୧୮୦ଟି ଜୋମାଟୋ ସହ ଜଡ଼ିତ ଅଛନ୍ତି। ଜୋମାଟୋର ନୂଆ ନିୟମାନୁଯାୟୀ, ଯଦି ଅର୍ଡର୍‌ ମୂଲ୍ୟ ୧୫୦ ଟଙ୍କାରୁ ଅଧିକ ହୋଇଥିବ, ତା’ହେଲେ ୩ରୁ ୫ କିଲୋମିଟର ଭିତରେ ଖାଦ୍ୟ ବିତରଣ ପାଇଁ ଗ୍ରାହକଙ୍କଠାରୁ ଅତିରିକ୍ତ ୧୦ ଟଙ୍କା ନିଆଯିବ। ସେହିଭଳି ୫ କିଲୋମିଟରରୁ ଅଧିକ ଦୂରତା ହେଲେ ପ୍ରତ୍ୟେକ ଅର୍ଡର ଉପରେ ୨୫ ଟଙ୍କା ଶୁଳ୍କ ନିଆଯିବ। ଅଧିକ କମିସନ ଆଦାୟ ପାଇଁ ଜାରି ଏହି ନିର୍ଦେଶନାମାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି ରେସ୍ତୋରାଁ ମାଲିକ। ସେମାନେ ଅଭିଯୋଗ କରିଛନ୍ତି, କୋଭିଡ୍ ମହାମାରୀ ପୂର୍ବରୁ ୪-୫ କିଲୋମିଟର ପରିସର ମଧ୍ୟରେ ମାଗଣା ଡେଲିଭରି ଅନୁମତି ଦିଆଯାଇଥିଲା। ମହାମାରୀ ପରେ ଏକାଧିକ ରେସ୍ତୋରାଁ ବନ୍ଦ ହେବାରୁ ଏହି ସୀମାକୁ ୧୫ କିଲୋମିଟରକୁ ବୃଦ୍ଧି କରାଯାଇଥିଲା। ସଂପ୍ରତି ନିୟମିତ ବ୍ୟବଧାନରେ ନୂଆ ନିୟମ ଲାଗୁ ହେବାସହ କମିସନ ସର୍ତ୍ତାବଳୀରେ ପରିବର୍ତ୍ତନ କରାଯାଉଛି। କମିସନ ଢାଞ୍ଚାରେ କୌଣସି ସ୍ପଷ୍ଟତା ରହୁନି। ଦୂରତା ଚାର୍ଜ୍‌ ସମେତ ମୋଟ୍‌ ସେବା ଶୁଳ୍କ ୩୦ ପ୍ରତିଶତ ଅତିକ୍ରମ କରିବନି ବୋଲି କମ୍ପାନି ପକ୍ଷରୁ କହାଯାଉଛି, କିନ୍ତୁ ବାସ୍ତବରେ ଏହା ୪୦ ପ୍ରତିଶତରୁ ଅଧିକ ହେବ। ଏଭଳି ସ୍ଥିତିରେ ବ୍ୟବସାୟ ଅବ୍ୟାହତ ରଖିବା ସମ୍ଭବ ହେଉନି ବୋଲି ରେସ୍ତୋରାଁ ମାଲିକଙ୍କ ସୂତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ଶନିବାରଠାରୁ ରେସ୍ତୋରାଁ ମାଲିକ ଜୋମାଟୋରେ ଅର୍ଡର୍‌ ନେଉନଥିବାବେଳେ କେବଳ ଅଫ୍‌ଲାଇନ୍‌ରେ ବ୍ୟବସାୟ ଜାରି ରଖିଛନ୍ତି।

rourkela