ରାଉରକେଲା: ନୂଆ ରୂପ ପାଇବ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରାଙ୍କିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଏହି ଅନୁଷ୍ଠାନର ଭିତ୍ତିଭୂମି ବିକାଶ କରାଯିବ। ଅନୁଷ୍ଠାନକୁ ଋଣ ଓ କର୍ପୋରେଟ ଦାନ ମାଧ୍ୟମରେ ୨୦୮.୫ କୋଟି ମିଳିଛି। ଏହି ଅର୍ଥକୁ ବିନିଯୋଗରେ ଛାତ୍ରାବାସ, ଛାତ୍ରୀନିବାସ, ଅଧ୍ୟାପକ, କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ, ଗବେଷଣାକୁ ତ୍ବରାନ୍ବିତ ସହ ଅନ୍ୟାନ୍ୟ ପ୍ରକଳ୍ପ ସ୍ଥାପନ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଗାମୀ ୩ ବର୍ଷ ଭିତରେ ସମସ୍ତ ପ୍ରକଳ୍ପ ଶେଷକରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ଓ କାନାରା ବ୍ୟାଙ୍କର ମିଳିତ ଉଦ୍ୟମରେ ସ୍ଥାପିତ ‘ହାଇଅର ଏଜୁକେସନ ଫାଇନାନ୍ସିଂ ଏଜେନ୍ସି’ (ଏଚ୍ଇଏଫ୍ଏ) ଦ୍ବାରା ଅନୁଷ୍ଠାନ ୧୬୫.୮ କୋଟି କୋଟି ଟଙ୍କା ମିଳିଛି। ଏଚ୍ଇଏଫ୍ଏର ୱିଣ୍ଡୋ-୧ ଯୋଜନା ଅଧୀନରେ ଏନ୍ଆଇଟି ରାଉରକେଲା କେବଳ ମୂଳ ରାଶି, ଦୁଇଟି ବାର୍ଷିକ କିସ୍ତିରେ ୧୬.୫ କୋଟି ଟଙ୍କା ପରିଶୋଧ କରିବ ଓ ଏହାର ସୁଧ ଶିକ୍ଷା ମନ୍ତ୍ରାଳୟ ବହନ କରିବ। ଏତଦ୍ବ୍ୟତୀତ ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ଏକ ଛାତ୍ରୀନିବାସ ପାଇଁ ୪୨.୭ କୋଟି ଟଙ୍କା ମଞ୍ଜୁର ହୋଇଛି। ସଂପ୍ରତି ଅନୁଷ୍ଠାନରେ ପାଖାପାଖି ୭୭୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ୪୧୦ ଅଧ୍ୟାପକ ଅଧ୍ୟାପିକା, ୩୩୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ। ବିଶେଷକରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟକ ହଷ୍ଟେଲର ଆବଶ୍ୟକତା ରହିଛି। ବର୍ତ୍ତମାନ ଏକ ହଜାରେ ସିଟ୍ ବିଶିଷ୍ଟ ଛାତ୍ରାବାସ ଓ ୫ ଶହ ସିଟ୍ ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ପ୍ରକ୍ରିୟା ଆରମ୍ଭ, ଯାହାକି ୩ ବର୍ଷ ଭିତରେ ଶେଷ ହେବ।
କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ଓ କାନାରା ବ୍ୟାଙ୍କର ମିଳିତ ଉଦ୍ୟମରେ ସ୍ଥାପିତ ‘ହାଇଅର ଏଜୁକେସନ ଫାଇନାନ୍ସିଂ ଏଜେନ୍ସି’ (ଏଚ୍ଇଏଫ୍ଏ) ଦ୍ବାରା ଅନୁଷ୍ଠାନ ୧୬୫.୮ କୋଟି କୋଟି ଟଙ୍କା ମିଳିଛି। ଏଚ୍ଇଏଫ୍ଏର ୱିଣ୍ଡୋ-୧ ଯୋଜନା ଅଧୀନରେ ଏନ୍ଆଇଟି ରାଉରକେଲା କେବଳ ମୂଳ ରାଶି, ଦୁଇଟି ବାର୍ଷିକ କିସ୍ତିରେ ୧୬.୫ କୋଟି ଟଙ୍କା ପରିଶୋଧ କରିବ ଓ ଏହାର ସୁଧ ଶିକ୍ଷା ମନ୍ତ୍ରାଳୟ ବହନ କରିବ। ଏତଦ୍ବ୍ୟତୀତ ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ ଏକ ଛାତ୍ରୀନିବାସ ପାଇଁ ୪୨.୭ କୋଟି ଟଙ୍କା ମଞ୍ଜୁର ହୋଇଛି। ସଂପ୍ରତି ଅନୁଷ୍ଠାନରେ ପାଖାପାଖି ୭୭୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ୪୧୦ ଅଧ୍ୟାପକ ଅଧ୍ୟାପିକା, ୩୩୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ। ବିଶେଷକରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟକ ହଷ୍ଟେଲର ଆବଶ୍ୟକତା ରହିଛି। ବର୍ତ୍ତମାନ ଏକ ହଜାରେ ସିଟ୍ ବିଶିଷ୍ଟ ଛାତ୍ରାବାସ ଓ ୫ ଶହ ସିଟ୍ ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ପ୍ରକ୍ରିୟା ଆରମ୍ଭ, ଯାହାକି ୩ ବର୍ଷ ଭିତରେ ଶେଷ ହେବ। ଏତଦ୍ବ୍ୟତୀତ ଏମ୍ସିଏଲ୍ ସିଏସ୍ଆର୍ ଅନୁଦାନରେ ଆଉ ଏକ ୫ ଶହ ସିଟ୍ ବିଶିଷ୍ଟ ଛାତ୍ରୀନିବାସ ଓ ଶିକ୍ଷା ମନ୍ତ୍ରାଳୟ ଅନୁଦାନରେ ଗୋଟିଏ ୫ ଶହ ସିଟ୍ ବିଶିଷ୍ଟ ଇଡବ୍ଲ୍ୟୁଏସ୍ ହଷ୍ଟେଲ ନିର୍ମାଣ କରାଯିବ। ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ହଷ୍ଟେଲ କ୍ଷମତା ୪୫୦୦ରୁ ୭୦୦୦ କୁ ବୃଦ୍ଧି ପାଇବ। ଏହାସହ ସିୱେଜ୍ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟ୍ (ଏସ୍ଟିପି) ସ୍ଥାପନ ସହ ୭୨ ଅଧ୍ୟାପକ କ୍ବାର୍ଟର୍ସ, ୭୨ କର୍ମଚାରୀ କ୍ବାର୍ଟର୍ସ ନିର୍ମାଣ ହେବ। ଏଥିପାଇଁ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ଏନ୍ଆଇଟିର କ୍ୟାମ୍ପସବ୍ୟାପୀ ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଅନୁଷ୍ଠାନ ପରିସରରେ ୩୬ କୋଟି ଟଙ୍କା ବିନିଯୋଗରେ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ବିଲ୍ଡିଂ ନିର୍ମାଣ ଆରମ୍ଭ ହୋଇଯାଇଛି। ମୋଟ୍ ବ୍ୟୟଅଟକଳର ୭୨% ଖର୍ଚ୍ଚ କୋଲ୍ ଇଣ୍ଡିଆ ଲିମିଟେଡ୍ ବହନ କରିବ। ଉଲ୍ଲେଖଯୋଗ୍ୟ, ଅନୁଷ୍ଠାନର ବାର୍ଷିକ ବଜେଟ୍ ମଧ୍ୟରୁ ପାଖାପାଖି ୨୩୦ କୋଟି ଶିକ୍ଷା ମନ୍ତ୍ରାଳୟରୁ ଆସୁଥିବାବେଳେ ପାଖାପାଖି ୫୦ କୋଟି ଛାତ୍ରଛାତ୍ରୀଙ୍କ ଫି’ରୁ ଆସୁଛି। ଅନୁଷ୍ଠାନର ଏହି ସମ୍ପ୍ରସାରଣ ପ୍ରକଳ୍ପ ନୂତନ ପ୍ରତିଭାକୁ ଆକର୍ଷିତ କରିବା ସହ ଛାତ୍ରଛାତ୍ରୀ, ଅନ୍ତେବାସୀଙ୍କ ଜୀବନଧାରଣ ମାନ ଉନ୍ନତ କରିବ।
nit rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/18/Szm9Nss45jiilstpMHEn.jpg)