ଆମେରିକାରେ ୨ୟ କରୋନା ଭାଇରସ ଟୀକାର ପରୀକ୍ଷଣ ଆରମ୍ଭ, ବିଲ ଗେଟ୍ସ ଯୋଗାଇଛନ୍ତି ପାଣ୍ଠି

ନ୍ୟୁୟର୍କ : କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବାବେଳେ ଏହାର ଟୀକା ଉଦ୍ଭାବନ ପାଇଁ ବିଶ୍ୱର ବୈଜ୍ଞାନିକମାନେ ରାତିଦିନ ଲାଗିଛନ୍ତି । ଆମେରିକାରେ କରୋନା ଟୀକା ଉଦ୍ଭାବନ ପାଇଁ ଆଉ ଏକ ଟୀକାର ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଆମେରିକାର ପେନସିଲଭାନିଆସ୍ଥିତ ଏକ ବାୟୋଟେକ କମ୍ପାନି ଇନୋଭିଓ ଫାର୍ମାସୁଟିକାଲ୍ସ କରୋନା ପାଇଁ ଏକ ଟୀକା ଉପରେ ଗବେଷଣା କରୁଛି । ଏହାର ନାଁ ରଖାଯାଇଛି ଆଇଏନଓ-୪୮୦୦ । ଏହାର ପରୀକ୍ଷଣ ପାଇଁ ଆମେରିକାର ଫେଡେରା ଡ୍ରଗ ଆଡମିନିଷ୍ଟ୍ରେସନ ଅନୁମତି ଦେଇଛି । ଏହି ଅନୁମତି ମିଳିବା ପରେ କମ୍ପାନି ସୋମବାରଦିନ ମନୁଷ୍ୟଙ୍କ ଉପରେ ଏହାର ପ୍ରଥମ ପରୀକ୍ଷଣ କରିଛି । ଆଗକୁ ଆଉ କେତେକ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷଣ କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗବେଷଣା ପାଇଁ ମାଇକ୍ରୋସଫଫ ପ୍ରତିଷ୍ଠାତା ବିଲ ଗେଟସଙ୍କ ବିଲ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପାଣ୍ଠି ଯୋଗାଇଛି ।

ଏହାର ପରୀକ୍ଷଣ ପାଇଁ କମ୍ପାନି ତରଫରୁ ଇତି ମଧ୍ୟରେ ୪୦ ଜଣ ସ୍ବେଚ୍ଛାସେବୀଙ୍କ ପଂଜୀକରଣ କରିୁଛି । ପୂର୍ବରୁ ମଧ୍ୟ ଆମେରିକାରେ ଏକ କରୋନା ଟୀକାର ପରୀକ୍ଷଣ କରାଯାଇଥିଲା ।

ସମ୍ବନ୍ଧିତ ଖବର