ରାଉରକେଲା: ସହରର ବିଭିନ୍ନ ଅଞ୍ଚଳରୁ ଛିନ୍ତାଇ ମାମଲାରେ ଜଣେ ଚୋର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ମାଲଗୋଦାମ ଅଞ୍ଚଳର ଶିବା ସିଂ(୨୬), ମଧୁସୂଦନପାଲିର ଶଙ୍କର ପ୍ରସାଦ(୩୫) ଓ ପୁରୁଣା ଷ୍ଟେସନ୍ ରୋଡ୍ ଅଞ୍ଚଳର ଅବଦୁଲ୍ଲା(୩୮)। ସେମାନଙ୍କ ଠାରୁ ୮ଟି ସୁନା ଲକେଟ୍ ଓ ୨ଟି ସୁନା ଚେନ୍ ଜବତ କରାଯାଇଛି। ମଙ୍ଗଳବାର ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗତ ୧୩ ତାରିଖରେ ସକାଳ ପ୍ରାୟ ୫ଟାବେଳେ ଫୁଲ ତୋଳିବା ବେଳେ ବାସନ୍ତୀକଲୋନି ଏଏମ୍/୧୮ ନିକଟରୁ ମୀନା ରଣା ନାମକ ଜଣେ ମହିଳାଙ୍କ ଠାରୁ ସୁନାଚେନ୍ ଛିନ୍ତାଇ ହୋଇଥିଲା। ଏନେଇ ସେ ଉଦିତନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେହିପରି କିଛିଦିନ ତଳେ ସେକ୍ଟର-୭, ସେକ୍ଟର-୧୫ ଥାନା ଅଞ୍ଚଳରେ ଛିନ୍ତାଇ ହୋଇଥିଲା। ଉଦିତନଗର ପୁଲିସ ଘଟଣାର ତଦନ୍ତ କରି ପେସାଦାର ଚୋର ଶିବା ସିଂକୁ ଉଠାଇ ଆଣିଥିଲା। ପଚରାଉଚରା କରିବାକୁ ଜଣାପଡ଼ିଲା ଯେ, ସେ ଶଙ୍କର ଓ ଅବଦୁଲ୍ଲାକୁ ଚୋରି ସୁନାଗହଣା ବିକ୍ରି କରିଛି। ଚୋରି କରିବା ଓ ଚୋରି ସାମଗ୍ରୀ କିଣିବା ମାମଲା ରୁଜୁ କରି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ପ୍ରାୟ ୩୫ ଗ୍ରାମ୍ ସୁନା ଗହଣା ଜବତ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁଯାୟୀ, ଗତ ୧୩ ତାରିଖରେ ସକାଳ ପ୍ରାୟ ୫ଟାବେଳେ ଫୁଲ ତୋଳିବା ବେଳେ ବାସନ୍ତୀକଲୋନି ଏଏମ୍/୧୮ ନିକଟରୁ ମୀନା ରଣା ନାମକ ଜଣେ ମହିଳାଙ୍କ ଠାରୁ ସୁନାଚେନ୍ ଛିନ୍ତାଇ ହୋଇଥିଲା। ଏନେଇ ସେ ଉଦିତନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେହିପରି କିଛିଦିନ ତଳେ ସେକ୍ଟର-୭, ସେକ୍ଟର-୧୫ ଥାନା ଅଞ୍ଚଳରେ ଛିନ୍ତାଇ ହୋଇଥିଲା। ଉଦିତନଗର ପୁଲିସ ଘଟଣାର ତଦନ୍ତ କରି ପେସାଦାର ଚୋର ଶିବା ସିଂକୁ ଉଠାଇ ଆଣିଥିଲା। ପଚରାଉଚରା କରିବାକୁ ଜଣାପଡ଼ିଲା ଯେ, ସେ ଶଙ୍କର ଓ ଅବଦୁଲ୍ଲାକୁ ଚୋରି ସୁନାଗହଣା ବିକ୍ରି କରିଛି। ଚୋରି କରିବା ଓ ଚୋରି ସାମଗ୍ରୀ କିଣିବା ମାମଲା ରୁଜୁ କରି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ପ୍ରାୟ ୩୫ ଗ୍ରାମ୍ ସୁନା ଗହଣା ଜବତ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।