ସାବେରୀ ନଦୀ ଡଙ୍ଗା ବୁଡ଼ିରେ ନିଖୋଜ ୨ ଭଉଣୀ ଓ ନାଉରିଆର ପତ୍ତାମିଳୁନି, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି: ଗତ ସଂଧ୍ୟାରେ ମାଲକାନଗିରି ଜିଲ୍ଲା ସାବେରୀ ନଦୀରେ ଡଙ୍ଗା ବୁଡ଼ି ୨ ଭଉଣୀଙ୍କ ସମେତ ୩ ଜଣ ନିଖୋଜ ଥିବା ଜଣାପଡ଼ିଛି । ଜିଲ୍ଲାର ପଡ଼ିିଆ ବ୍ଲକ୍ ଅନ୍ତର୍ଗତ ନିଲିଗୁଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, କୁମ୍ଭାରଗୁଡାରେ ୨ ଜଣ ଭଉଣୀ ଛତିଶଗଡ଼ରେ ରହୁଥିବା ସେମାନଙ୍କ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସେମାନେ ଡଙ୍ଗା ଯୋଗେ ଘରକୁ ଫେରୁଥିବା ବେଳେ ସାବେରୀ ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଫଳରେ ଦୁଇ ଭଉଣୀଙ୍କ ସମେତ ଡଙ୍ଗାର ନାଉରିଆ ମଧ୍ୟ ବୁଡ଼ି ଯାଇ ନିଖୋଜ ହୋଇଯାଇଛନ୍ତି। ଯଦିଓ ସଂଧ୍ୟାରେ ଘଟଣାଟି ଜଣା ପଡ଼ିଥିଲା, କିନ୍ତୁ ଖୋଜାଖୋଜି ଆରମ୍ଭ ହୋଇ ପାରି ନ ଥିଲା । ଡଙ୍ଗା ବୁଡ଼ି ଥିବା ସ୍ଥାନଟି ଗଭୀର ହୋଇଥିବା ସହ ସ୍ରୋତ ବି ପ୍ରଖର ଥିଲା ତେଣୁ ୩ ଜଣ ଦୂରକୁ ଭାସି ଯାଇଥିବା ଅନୁମାନ କରାଯାଉଛି।

ଶନିବାର ସକାଳେ ପଡ଼ିଆ ପୁଲିସ ଏବଂ ଅଗ୍ନିଶମ ବିଭାଗ ୩ ଜଣଙ୍କୁ ଖୋଜିବା ଲାଗି ଅପରେସନ୍ ଆରମ୍ଭ କରିଛନ୍ତି । ଏହି ଖବର ଲେଖା ଯିବା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା ।

ସମ୍ବନ୍ଧିତ ଖବର