ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନରେ ବେଆଇନ ବାଣ ପ୍ରସ୍ତୁତିକୁ ରୋକିବା ନେଇ ବୈଶିଙ୍ଗା ପୁଲିସ ଆକ୍ସନ ମୋଡକୁ ଆସି ରବିବାର ଭୋର ସକାଳୁ ବାଛୁରୀପଡ଼ା ଅଞ୍ଚଳରେ ଚଢ଼ାଉ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ବିପୁଳ ପରିମାଣରେ ଗଛିତ ବେଆଇନ ବାଣ ଜବତ କରିଛି l
ବୈଶିଙ୍ଗା ଥାନା ଆଇଆଇସି ତପନ ପ୍ରଧାନ, ଏସଆଇ ଦେବାଶିଷ ମଣ୍ଡଳ ଓ ଏଏସଆଇ ଭାବଗ୍ରାହୀ ମହାନ୍ତଙ୍କ ସହିତ ଏକାଧିକ ପୁଲିସ କର୍ମଚାରୀ ରବିବାର ଭୋର ସକାଳୁ ବାଛୁରୀପଡ଼ା ଅଞ୍ଚଳରେ ଚାଲିଥିବା ଏକାଧିକ ବେଆଇନ ବାଣତିଆରି ଗୋଦାମ ଉପରେ ଆତର୍କିତ ଚଢାଉ କରିଥିଲେ l ଚଢ଼ାଉ ସମୟରେ ବିପୁଳ ପରିମାଣରେ ଅଫୁଟା ବାଣ, ବିସ୍ଫୋରକ ସାମଗ୍ରୀ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ l
ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ଧିରେନ ସାହୁ (୪୨), ପ୍ରସନ୍ନ ସାହୁ (୪୫), ଶ୍ରୀବତ୍ସ ସାହୁ (୫୫) l ଏନେଇ ବୈଶିଙ୍ଗା ଥାନାରେ ୩୫୯, ୩୬୦ ଓ ୩୬୧ ନଂରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହେବା ସହିତ ଆଗକୁ ତଦନ୍ତ ଚାଲିଛି l ତେବେ ଆଗକୁ ଦୀପାବଳି ଆସୁଥିବାରୁ ଏହି ବେଆଇନ ବାଣ ପ୍ରସ୍ତୁତି କାରବାର ରୋକିବାକୁ ଉକ୍ତ ଥାନା ଅଧୀନ ବାଛୁରୀପଡା, ମହୁଲ ପାଟଣା, ବାମଡା ଓ ବର୍ତ୍ତନା ଅଞ୍ଚଳରେ ଚଢ଼ାଉ ଜୋରଦାର ହେବାନେଇ ଥାନା ଅଧିକାରୀ ଶ୍ରୀପ୍ରଧାନ ସୂଚନା ଦେଇଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/b2hYTHQygQ8AHMblSuOS.jpeg)