ରାଉରକେଲା/ବିଶ୍ରା: କେରଳରେ କମ୍‌ ଦାମ୍‌ରେ ଜମି କରାଇଦେବା ନାଁରେ ୨​ କୋଟି ୮୩ ଲକ୍ଷ ଟଙ୍କା ହେରଫେର ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଝିରପାଣି ଥାନା ଅଞ୍ଚଳର ଏ.ଏସ୍‌ ସିନ୍ଧୁ(୫୦), ମହମ୍ମଦ କୁମର ଖାନ(୫୫) ଓ ପ୍ରଦୀପ୍ତ ପଟ୍ଟନାୟକ(୫୦)। ପୁଲିସ ଅଭିଯୁକ୍ତ ଏ.ଏସ୍‌ ସିନ୍ଧୁଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଅନ୍ୟ ୨ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାନୁଯାୟୀ, ଅଭିଯୋଗକାରୀ ବିଶ୍ବଭୂଷଣ ନନ୍ଦ କୋଏଲନଗର ଅଞ୍ଚଳରେ ରୁହନ୍ତି। ୨୦୨୪ ମସିହାରେ ୩ ଅଭିଯୁକ୍ତ ବିଶ୍ବଭୂଷଣଙ୍କୁ କମ୍‌ ମୂଲ୍ୟରେ ଜମି କରାଇଦେବାର ପ୍ରଲୋଭନ ଦେଇଥିଲେ। ଅଭିଯୁକ୍ତ ଏ.ଏସ୍‌ ସିନ୍ଧୁ ରାଉରକେଲାର ଏକ ଘରୋଇ ସ୍କୁଲରେ ଶିକ୍ଷକ ଅଛନ୍ତି। ସେ କେରଳର ମୂଳନିବାସୀ ହୋଇଥିବାରୁ ସେଠା​ରେ ଶସ୍ତାରେ ଜମି ଦେବେ ବୋଲି ବିଶ୍ବଭୂଷଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ​ବିଶ୍ବଭୂଷଣ ମଧ୍ୟ କମ୍‌ ଦାମରେ ଜମି କିଣିବାକୁ ଯାଇ ୨୦୨୪ ଜୁନ୍‌ ୧୨ ତାରିଖରେ କୁମର ଖାନଙ୍କ ଆକାଉଣ୍ଟକୁ ୧ କୋଟି ୫୯ ଲକ୍ଷ ଟଙ୍କା ପଠାଇଥିଲେ। ସେହି ମାସ ୨୬ ତାରିଖରେ ୩୦ ଲକ୍ଷ ଟଙ୍କା ଏ.ଏସ୍‌ ସିନ୍ଧୁଙ୍କ ଆକାଉଣ୍ଟକୁ ପଠାଇଲେ। ସେହିପରି ୩୨ ଲକ୍ଷ ଟଙ୍କା ଅଭିଯୁକ୍ତ ପ୍ରଦୀପ୍ତ ପଟ୍ଟନାୟକଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହିପରି ଅନ୍ୟ ୨ ଜଣ ଅଭିଯୋଗକାରୀଙ୍କୁ ମିଶାଇ ପ୍ରାୟ ୨ କୋଟି ୮୩ ଲକ୍ଷ ଟଙ୍କାର ଠକିଛନ୍ତି ୩ ଅଭିଯୁକ୍ତ। ଟଙ୍କା ଦେବାର ଅନେକ ଦିନ ପରେ ମଧ୍ୟ ଜମି ନମିଳିବାରୁ ୨୦୨୪ ଡିସେମ୍ବର ୬ ତାରିଖରେ ବିଶ୍ଵଭୂଷଣ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଆଇପିସି ୪୨୦/୩୪ରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିବା ଜଣାପଡ଼ିବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଗୁରୁବାର ପୁଲିସ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା ଜାରି ରଖିଥିଲା। ଆଜି ଏ.ଏସ୍‌ ସିନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ୨ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଅଭିଯୋଗକାରୀ ବିଶ୍ବଭୂଷଣ ନନ୍ଦ କୋଏଲନଗର ଅଞ୍ଚଳରେ ରୁହନ୍ତି। ୨୦୨୪ ମସିହାରେ ୩ ଅଭିଯୁକ୍ତ ବିଶ୍ବଭୂଷଣଙ୍କୁ କମ୍‌ ମୂଲ୍ୟରେ ଜମି କରାଇଦେବାର ପ୍ରଲୋଭନ ଦେଇଥିଲେ। ଅଭିଯୁକ୍ତ ଏ.ଏସ୍‌ ସିନ୍ଧୁ ରାଉରକେଲାର ଏକ ଘରୋଇ ସ୍କୁଲରେ ଶିକ୍ଷକ ଅଛନ୍ତି। ସେ କେରଳର ମୂଳନିବାସୀ ହୋଇଥିବାରୁ ସେଠା​ରେ ଶସ୍ତାରେ ଜମି ଦେବେ ବୋଲି ବିଶ୍ବଭୂଷଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ​ବିଶ୍ବଭୂଷଣ ମଧ୍ୟ କମ୍‌ ଦାମରେ ଜମି କିଣିବାକୁ ଯାଇ ୨୦୨୪ ଜୁନ୍‌ ୧୨ ତାରିଖରେ କୁମର ଖାନଙ୍କ ଆକାଉଣ୍ଟକୁ ୧ କୋଟି ୫୯ ଲକ୍ଷ ଟଙ୍କା ପଠାଇଥିଲେ। ସେହି ମାସ ୨୬ ତାରିଖରେ ୩୦ ଲକ୍ଷ ଟଙ୍କା ଏ.ଏସ୍‌ ସିନ୍ଧୁଙ୍କ ଆକାଉଣ୍ଟକୁ ପଠାଇଲେ। ସେହିପରି ୩୨ ଲକ୍ଷ ଟଙ୍କା ଅଭିଯୁକ୍ତ ପ୍ରଦୀପ୍ତ ପଟ୍ଟନାୟକଙ୍କ ଆକାଉଣ୍ଟକୁ ପଠାଇଥିଲେ। ଏହିପରି ଅନ୍ୟ ୨ ଜଣ ଅଭିଯୋଗକାରୀଙ୍କୁ ମିଶାଇ ପ୍ରାୟ ୨ କୋଟି ୮୩ ଲକ୍ଷ ଟଙ୍କାର ଠକିଛନ୍ତି ୩ ଅଭିଯୁକ୍ତ। ଟଙ୍କା ଦେବାର ଅନେକ ଦିନ ପରେ ମଧ୍ୟ ଜମି ନମିଳିବାରୁ ୨୦୨୪ ଡିସେମ୍ବର ୬ ତାରିଖରେ ବିଶ୍ଵଭୂଷଣ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଆଇପିସି ୪୨୦/୩୪ରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିବା ଜଣାପଡ଼ିବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଗୁରୁବାର ପୁଲିସ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା ଜାରି ରଖିଥିଲା। ଆଜି ଏ.ଏସ୍‌ ସିନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଅନ୍ୟ ୨ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେଲା ରାଉରକେଲା ସମେତ ଆଖପାଖ ଅଞ୍ଚଳରେ ଜମି କିଣାବିକା ନାଁରେ ଠକେଇ କରାଯାଉଛି। ଏହିଭଳି ଘଟଣା ସମ୍ପର୍କରେ ନିୟମିତ ଖବର ପ୍ରକାଶ ପାଇବା ପରେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି।

arrest