ଘଟଗାଁ : କେନ୍ଦୁଝର ଜିଲ୍ଲା ଢେଂକିକୋଟ ଗୋଦାବରୀ ହୋଟେଲ ନିକଟରେ ବାଇକକୁ ପିଟିଲା ଟ୍ରଲର | ଆଉ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତଙ୍କର ଘଟଗାଁ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି l ମୃତକମାନେ ଢେଂକିକୋଟରୁ ଘଟଗାଁ ଆଡକୁ ଆସୁଥିବାବେଳେ ଟ୍ରଲରଟି କେନ୍ଦୁଝର ଆଡକୁ ଯାଉଥିଲା | ତେବେ ଏହି ରାସ୍ତା ୱାନୱେ ହୋଇଥିବାରୁ ଦୁର୍ଘଟଣା ଘଟିଥିଲା |
ଢେଂକିକୋଟରେ ଓବରବ୍ରିଜ ନିର୍ମାଣ ପାଇଁ ରାସ୍ତା ୱାନୱେ ହୋଇଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି l ମୃତକମାନେ ହେଲେ ମସିଣାବିଲା ଗ୍ରାମର ବଳଭଦ୍ର ଖଟୁଆ, ସାନବରବେଡା ଗ୍ରାମର ମହେଶ୍ୱର ନାଏକ ଓ ଅନ୍ୟ ଜଣେ ମୃତକର ପରିଚୟ ମିଳିନି l ଘଟଣାସ୍ଥଳରେ ଘଟଗାଁ ଏବଂ ଢେଂକିକୋଟ ପୁଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)