ରାୟଗଡା: ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ମଶୁରିପଦର ଛକ ନଟରାଜ ପେଟ୍ରୋଲ ପମ୍ପନିକଟରେ ବିଳମ୍ବିତ ରାତିରେ ଛିଡା ହୋଇଥିବା ଏକ ଟ୍ୟାଙ୍କରକୁ ବାଇକ ଧକ୍କାଦେବା ଫଳରେ ୩ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି | ମୃତକଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ମୃତକମାନେ ହେଲେ ଟିକିରି ଥାନା ଅନ୍ତର୍ଗତ ମହତପୁଟ ଖୁରିଗାଁ ଗୋବିନ୍ଦ ଝୋଡିଆଙ୍କ ପୁଅ ନରେନ୍ଦ୍ର ଝୋଡିଆ (୨୫), ମୁନା ଝୋଡିଆଙ୍କ ପୁଅ ଉମାକାନ୍ତ ଝୋଡିଆ(୧୪),ଜଗ ଝୋଡିଆଙ୍କ ପୁଅ ଟୁନୁ ଝଡିଆ (୨୩)।ସେମାନେ କୈଣଷି କାମରେ ଟିକିରି ପଟୁ ଗୋରଖପୁର ଆଡକୁ ଯାଉଥିବା ବେଳେ ଛିଡା ହୋଇଥିବା ଟ୍ୟାଙ୍କରକୁ ଧକ୍କାଦେବା ଫଳରେ ଗୁରୁତର ଆହତ ଅବସ୍ଥାରେ ପଡି ରହିଥିଲେ |
ଟିକିରି ପୋଲିସ ଗୁରୁତରମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉଷାପଡା ସ୍ଥିତ ଉତ୍କଳ ଆଲୁମିନା ହସ୍ପିଟାଲରେ ଭର୍ତ୍ତି କରିଥିଲେ।ଡାକ୍ତର ଜଣକୁ ମୃତ ଘୋଷଣା କରିଥିବାବେଳେ ୨ ଜଣକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଟୁନୁ ଝୋଡିଆଙ୍କୁ ରାୟଗଡା ନିଆଯାଉଥିବାବେଳେ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା |
ଅନ୍ୟପଟେ ଉମାକାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/17/aaa-2026-02-17-11-04-22.png)