ରାଉରକେଲା: ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ବେଆଇନ ଫ୍ଲାଏଆସ୍ ଡମ୍ପିଂ ଉପରେ ପ୍ରଶାସନର ପ୍ରତିବନ୍ଧକ ପରେ ସୁନ୍ଦରଗଡ଼ଜିଲ୍ଲା ଫ୍ଲାଏଆସ୍ ମାଫିଆଙ୍କ ପାଇଁ ଚରାଭୂଇଁ ପାଲଟିଛି। ଏହି ମାଫିଆମାନେ ଝାରସୁଗୁଡ଼ାରୁ ରାଞ୍ଚି ଫ୍ଲାଏଆସ୍ ଚାଲାଣ କରୁଥିବାବେଳେ ୧୩ଟି ହାଇୱାକୁ କାବୁ କରିଛି ରାଏବଗା ଥାନା ପୁଲିସ। ସେଥିମଧ୍ୟରୁ ୧୦ଟି ଗାଡ଼ିକୁ ଛାଡ଼ି ଦିଆଯାଇଥିବାବେଳେ ୩ଟି ଗାଡ଼ିକୁ ଅଟକ ରଖାଯାଇଛି।
୧୩ଟି ଫ୍ଲାଏଆସ୍ ବୋଝେଇ ହାଇୱା ଝାରସୁଗୁଡ଼ାରୁ ରାଞ୍ଚି ଅଭିମୁଖେ ବାହାରିଥିଲେ। ରାଏବଗା ଥାନା ଅଞ୍ଚଳସ୍ଥ ସଲଙ୍ଗାବାହାଲ ଠାରୁ ପ୍ରାୟ ୨ କିମି ଆଗରେ ଗାଡ଼ିଗୁଡ଼ିକୁ ଲୋକେ ଅଟକାଇଥିଲେ। ଏନେଇ ତୁରନ୍ତ ରାଏବଗା ଥାନା ଅଧିକାରୀଙ୍କୁ ସୂଚନାଦେବା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାଡ଼ିର କାଗଜପତ୍ର ଯାଞ୍ଚ କରିବା ପରେ ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଚିଠି ଲେଖାଯାଇଥିଲା। ପରେ କାଗଜପତ୍ର ଯାଞ୍ଚ କରି ୧୦ଟି ଗାଡ଼ିକୁ ଛାଡ଼ିଦିଆଯାଇଥିବା ଜଣାପଡ଼ିଛି। ଅନ୍ୟ ୩ଟି ଗାଡ଼ିକୁ ବିଭିନ୍ନ କାରଣ ଦର୍ଶାଇ ୫୩ ହଜାର ଟଙ୍କା ଫାଇନ୍ କରାଯାଇଛି। ଗାଡ଼ି ମାଲିକ ଫାଇନ୍ ଟଙ୍କା ପୈଠ କରିନଥିବାରୁ ଗାଡ଼ିକୁ ଥାନାରେ ଅଟକ ରଖାଯାଇଛି।
ସୂଚନାନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ୧୧ଟାବେଳେ ୧୩ଟି ଫ୍ଲାଏଆସ୍ ବୋଝେଇ ହାଇୱା ଝାରସୁଗୁଡ଼ାରୁ ରାଞ୍ଚି ଅଭିମୁଖେ ବାହାରିଥିଲେ। ରାଏବଗା ଥାନା ଅଞ୍ଚଳସ୍ଥ ସଲଙ୍ଗାବାହାଲ ଠାରୁ ପ୍ରାୟ ୨ କିମି ଆଗରେ ଗାଡ଼ିଗୁଡ଼ିକୁ ଲୋକେ ଅଟକାଇଥିଲେ। ଏନେଇ ତୁରନ୍ତ ରାଏବଗା ଥାନା ଅଧିକାରୀଙ୍କୁ ସୂଚନାଦେବା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାଡ଼ିର କାଗଜପତ୍ର ଯାଞ୍ଚ କରିବା ପରେ ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଚିଠି ଲେଖାଯାଇଥିଲା। ପରେ କାଗଜପତ୍ର ଯାଞ୍ଚ କରି ୧୦ଟି ଗାଡ଼ିକୁ ଛାଡ଼ିଦିଆଯାଇଥିବା ଜଣାପଡ଼ିଛି। ଅନ୍ୟ ୩ଟି ଗାଡ଼ିକୁ ବିଭିନ୍ନ କାରଣ ଦର୍ଶାଇ ୫୩ ହଜାର ଟଙ୍କା ଫାଇନ୍ କରାଯାଇଛି। ଗାଡ଼ି ମାଲିକ ଫାଇନ୍ ଟଙ୍କା ପୈଠ କରିନଥିବାରୁ ଗାଡ଼ିକୁ ଥାନାରେ ଅଟକ ରଖାଯାଇଛି।