ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୁଠୁର୍ଲା ଗାଁରେ ଅଘଟଣ | ପୌଷପୂର୍ଣ୍ଣିମାରେ ରାମ ରଥଯାତ୍ରା ଚାଲିଥିବା ବେଳେ ଅଘଟଣ | ଗରମ ତେଲ କଢେଇରେ ପଡି ତିନି ନାବାଳକ ଗୁରୁତର ହୋଇପଡିଛନ୍ତି | ମିଳିଥିବା ସୂଚନା ମୁତାବକ ମିନାବଜାରରେ ପାମ୍ପଡ ଛାଣୁଥିବା ଗରମ ତେଲ କଢେଇରେ ପଡି ତିନି ନାବାଳକ ଗୁରୁତର ହୋଇପଡିଛନ୍ତି | ନାବାଳକମାନେ ହେଲେ ଚିନ୍ମୟ ଦାଶ (୧୧) ,ରାମ ଚନ୍ଦ୍ର ନାଗ (୧୫) ଓ କ୍ରିସ ନାଗ (୭) ଗୁରୁତର ନାବାଳକମାନଙ୍କୁ  ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

Advertisment

ସମସ୍ତ ନାବାଳକଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି | ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା କୁଠୁର୍ଲା ଗାଁରେ ଗତ କିଛି ବର୍ଷ ହେଲା ପୌଷ ପୂର୍ଣ୍ଣିମା ରେ ଶ୍ରୀରାମଚନ୍ଦ୍ରଙ୍କ ପୁଷ୍ପାଭିଷେକ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରାରେ ପ୍ରବଳ ଭିଡ଼ ହେଉଥିବାରୁ ଗାଁ ର ଅଧିକାଂଶ ଲୋକ ଛୋଟ ଛୋଟ ଦୋକାନ କରି ବ୍ୟବସାୟ କରିଥାନ୍ତି। ଆଉ ଗତକାଲି ଅସାବଧାନତାରୁ ତିନିଜଣ ନାବାଳକ ତେଲ କଡେଇରେ ପଡିଯାଇଥିଲେ |