ବୁର୍ଲା: ବୁର୍ଲା ଭିମ୍ସାର ନୂତନ ପ୍ରେକ୍ଷାଳୟ ପରିସରରେ ଚାଲିଥିବା ପ୍ରିସ୍ମସ୍ -୨୦୨୪ ତଥା ୟୁଜି ଛାତ୍ରସଂଘର ବାର୍ଷିକ ଉତ୍ସବରେ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ୍ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । କିଛି ପିଜି ଛାତ୍ର ସେଠାରେ ଉପସ୍ଥିତ ଥିବା ଇଣ୍ଟର୍ଣ୍ଣ ଛାତ୍ରମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଇଣ୍ଟର୍ଣ୍ଣ ଛାତ୍ର ଅଭିଯୋଗ କରିଛନ୍ତି। ଇଣ୍ଟର୍ଣ୍ଣ ଛାତ୍ରମାନଙ୍କ ମଧ୍ୟରୁ ଏକାଧିକ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

Advertisment

 ପୂର୍ବତନ ୟୁଜି ଛାତ୍ରସଂଘ ସଭାପତି ପ୍ରଭାତ କୁମାର ଜେନା ଏବଂ ପୂର୍ବତନ ସାଧାରଣ ସମ୍ପାଦକ ଏନ୍ .ବିଶ୍ଵରଂଜନ ଓ ଡା.ଅମିତ ଶୁଭମ ଆହତ ହୋଇଥିବା ଜଣାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁର୍ଲା ଥାନାରେ ୨୦ରୁ ଅଧିକ ଇଣ୍ଟର୍ଣ୍ଣ ଛାତ୍ର ଉପସ୍ଥିତ ଥିଲେ। ଭିମସାରର ନିର୍ଦ୍ଦେଶକ ଡା.ଭାବଗ୍ରାହୀ ରଥ, ଏସଡିପିଓ ଅମ୍ବିତ ମହାନ୍ତି , ଆଇଆଇସି ଅନୀଲ ପ୍ରଧାନ ଉପସ୍ଥିତ ରହି ଛାତ୍ରଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଥିଲା।