ଜଳେଶ୍ୱର: ଖୋର୍ଦ୍ଧାର ଏକ ଘରୁ ଜଳେଶ୍ଵର ଥାନା ପୁଲିସ ୩ ନାବାଳକଙ୍କ ସହ ଜଣେ ନାବାଳିକାକୁ ଉଦ୍ଧାର କରିଛି। ଏହି ୪ ନାବାଳକ ଓ ନାବାଳିକା ଏବେ ଜଳେଶ୍ଵର ପୁଲିସ ହେପାଜତରେ ରହିଥିବା ବେଳେ ଜଣା ପଡିଛି।
ଜଳେଶ୍ୱର ଅଞ୍ଚଳର ଜଣେ ନାବାଳିକାଙ୍କ ସହ ଅନ୍ୟ ଜଣେ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦୁଇଦିନ ତଳେ ନାବାଳିକା ଜଣକ ସେହି ନାବାଳକଙ୍କ ସହ ଫୋନ୍ ରେ କଥା ହେଉଥିବା ପରିବାର ଲୋକେ ଜାଣିବା ପରେ ନାବାଳିକାଙ୍କୁ ଆକଟ କରିଥିଲେ।ପରେ ନାବାଳିକାଙ୍କ ତାଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ସେହି ନାବାଳକ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ (ସେମାନେ ବି ନାବାଳକ) ନାବାଳିକାଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକେ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ନାବାଳକଙ୍କ ମୋବାଇଲକୁ ଟ୍ରାକିଂ କରି ଖୋର୍ଦ୍ଧାର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ୩ ନାବାଳକଙ୍କ ସହ ସେହି ନାବାଳିକାଙ୍କୁ ଉଦ୍ଧାର କରିଛି।
ବିବରଣୀରୁ ପ୍ରକାଶ ଯେ ଜଳେଶ୍ୱର ଅଞ୍ଚଳର ଜଣେ ନାବାଳିକାଙ୍କ ସହ ଅନ୍ୟ ଜଣେ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦୁଇଦିନ ତଳେ ନାବାଳିକା ଜଣକ ସେହି ନାବାଳକଙ୍କ ସହ ଫୋନ୍ ରେ କଥା ହେଉଥିବା ପରିବାର ଲୋକେ ଜାଣିବା ପରେ ନାବାଳିକାଙ୍କୁ ଆକଟ କରିଥିଲେ।ପରେ ନାବାଳିକାଙ୍କ ତାଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ସେହି ନାବାଳକ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ (ସେମାନେ ବି ନାବାଳକ) ନାବାଳିକାଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକେ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ନାବାଳକଙ୍କ ମୋବାଇଲକୁ ଟ୍ରାକିଂ କରି ଖୋର୍ଦ୍ଧାର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ୩ ନାବାଳକଙ୍କ ସହ ସେହି ନାବାଳିକାଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଏବେ ଜଳେଶ୍ଵର ଥାନାରେ ରଖା ଯାଇଥିବା ବେଳେ ସେମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ପୁଲିସ କୌଣସି ସୂଚନା ଦେବାକୁ ମନା କରିଛି। ନାବାଳକଙ୍କ ମଧ୍ୟରେ ଜଳେଶ୍ଵର ମ୍ୟୁନିସିପାଲିଟିର ଜଣେ କାଉନସିଲରଙ୍କ ପୁଅ ରହିଥିବା କୁହାଯାଇଛି।