ଜଗତସିଂହପୁର: ପାରାଦୀପ ନେହେରୁବଙ୍ଗଳା ନିକଟ ମାଛଧରା ବନ୍ଦର ପରିସରରୁ ମେରାଇନ ଥାନା ପୁଲିସ ଏକ ପାଇପ ବୋଝେଇ ପିକଅପ ଭ୍ୟାନକୁ ଅଟକ ରଖିଛି | ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୁଲିସ। ପାଇପ୍ ସହ ଏଥିରେ ଅନ୍ଯ ସାମଗ୍ରୀ ମଧ୍ଯ ରହିଛି। ପିକଅପ ଭ୍ୟାନଟି ବନ୍ଦର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ସନ୍ଦେହ କରି ପୁଲିସ ଖୋଳତାଡ଼ ଚଳାଇଛି | କଷ୍ଟମ ନଜରରୁ ବର୍ତ୍ତିବା ପାଇଁ ପିକଅପ ଭ୍ୟାନଟି ଏପରି କରିଥିବା ଅନୁମାନ କରାଯାଉଛି | ବୋଟ୍ ଯୋଗେ ଆଙ୍କରେଜ ଏରିଆରେ ଥିବା ଜାହଜକୁ ସାମଗ୍ରୀ ଚାଲାଣ ପାଇଁ ରହିଥିବା ପୁସି ଅନୁମାନ କରୁଛି।

Advertisment

ଡ୍ରାଇଭର ପୁଲିସ ଆଗରେ କହିଛନ୍ତି, ସେ ତାରିଣୀଗଡ଼ାରୁ ପାଇପ ଆଣିଥିଲେ | ମାଛଧରା ବନ୍ଦର ନିକଟରୁ ଶୁଖୁଆ ନେଇ ଭୂତମୁଣ୍ଡାଇ ଯାଇଥାନ୍ତେ ବୋଲି ଡ୍ରାଇଭର ପୁଲିସ ଆଗରେ କହିଛନ୍ତି | କିନ୍ତୁ ଶୁଖୁଆ ବେପାରୀ ଆସିଲେ ନାହିଁ | ପୁଲିସ କିନ୍ତୁ ଡ୍ରାଇଭରଙ୍କ କଥାକୁ ବିଶ୍ବାସ କରି ପାରୁ ନାହିଁ | ସେହିପରି ଯେଉଁ ଶୁଖୁଆ କଥା ଡ୍ରାଇଭର କହୁଛନ୍ତି, ପୁଲିସ ଯାଞ୍ଚ କରିବା ପରେ କଥାରେ ତାଳମେଳ ରହୁ ନ ଥିବା ପୁଲିସ ଜାଣିବାକୁ ପାଇଛି | ତଦନ୍ତ ଜାରି ରହିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି |

 ପଚରାଉଚରା ବେଳେ ଡ୍ରାଇଭର ପୁଲିସ ଆଗରେ କହିଛନ୍ତି, ସେ ତାରିଣୀଗଡ଼ାରୁ ପାଇପ ଆଣିଥିଲେ | ମାଛଧରା ବନ୍ଦର ନିକଟରୁ ଶୁଖୁଆ ନେଇ ଭୂତମୁଣ୍ଡାଇ ଯାଇଥାନ୍ତେ ବୋଲି ଡ୍ରାଇଭର ପୁଲିସ ଆଗରେ କହିଛନ୍ତି | କିନ୍ତୁ ଶୁଖୁଆ ବେପାରୀ ଆସିଲେ ନାହିଁ | ପୁଲିସ କିନ୍ତୁ ଡ୍ରାଇଭରଙ୍କ କଥାକୁ ବିଶ୍ବାସ କରି ପାରୁ ନାହିଁ | ସେହିପରି ଯେଉଁ ଶୁଖୁଆ କଥା ଡ୍ରାଇଭର କହୁଛନ୍ତି, ପୁଲିସ ଯାଞ୍ଚ କରିବା ପରେ କଥାରେ ତାଳମେଳ ରହୁ ନ ଥିବା ପୁଲିସ ଜାଣିବାକୁ ପାଇଛି | ତଦନ୍ତ ଜାରି ରହିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି |