ବାଲିଶଙ୍କରା: କିଞ୍ଜିରକେଲା ଥାନା କୁପାଟାଙ୍ଗର ରାସ୍ତାରେ ବାଇକ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଆଉ ୨ଜଣ ମହିଳା ଗୁରୁତର ଆହତ ହୋଇଥିଲେ।
ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ ଏବଂ ଜଣେ ମହିଳା ଶୁଆଜୋର ଗ୍ରାମରୁ ବାହାରି ମନ୍ଦିର ପଟକୁ ଆସୁଥିବା ବେଳେ କୁପାଟାଙ୍ଗର ବୁଲାଣି ରାସ୍ତାରେ ବାଇକ୍ଟି ଭାରସାମ୍ୟ ହରାଇ ସୁରକ୍ଷା ବାଡ଼ରେ ପିଟି ହେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ଦେଖ୍ କିଞ୍ଜିରକେଲା ଆମ୍ବୁଲାନ୍ସ କର୍ମଚାରୀ ଘଟଣା ସ୍ଥଳରୁ ତିନିଜଣଙ୍କୁ ଉଦ୍ଧାର କରି କିଞ୍ଜିରକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସୁନ୍ଦରଗଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ଆହତ ଯୁବକ ଜଣକ ଶୁଆଜୋର ଗ୍ରାମର ବିର୍ଜମନ ବାର୍ଲା(୩୦)। ସେହି ଗ୍ରାମ ଶୁଆ ଜୋରର ମହିଳା ନିଲାସି ବାର୍ଲା (୪୫), ତିଲେକାନି ଗ୍ରାମର ପ୍ରତିମା ଖାଲଖୋ (୪୦) ବି ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ ଏବଂ ଜଣେ ମହିଳା ଶୁଆଜୋର ଗ୍ରାମରୁ ବାହାରି ମନ୍ଦିର ପଟକୁ ଆସୁଥିବା ବେଳେ କୁପାଟାଙ୍ଗର ବୁଲାଣି ରାସ୍ତାରେ ବାଇକ୍ଟି ଭାରସାମ୍ୟ ହରାଇ ସୁରକ୍ଷା ବାଡ଼ରେ ପିଟି ହେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ଦେଖ୍ କିଞ୍ଜିରକେଲା ଆମ୍ବୁଲାନ୍ସ କର୍ମଚାରୀ ଘଟଣା ସ୍ଥଳରୁ ତିନିଜଣଙ୍କୁ ଉଦ୍ଧାର କରି କିଞ୍ଜିରକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସୁନ୍ଦରଗଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/15/OTn9pQk9NPmJBNdwgBVj.jpg)