ଆସିକା: ଗତକାଲି ରାତ୍ରୀ ପ୍ରାୟ ୮ ଟା ବେଳେ ଆସିକା ପୁଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଏକ ଜଳଖିଆ ଦୋକାନରେ ଗଣ୍ଡଗୋଳରେ ତିନି ଗୁରୁତର ଆହତ ହୋଇଛନ୍ତି। ଆହତ ହେଲେ ଆସିକା ଥାନା ଅନ୍ତର୍ଗତ ବ୍ଳକ କଲୋନୀ ନିକଟର ନିହାର ନାହାକ କାଲିମୁଖୀ ସାହିର ରବି ନାୟକ ଓ ତାଙ୍କ ପୁଅ ଲୋକେଶ ନାୟକ(୪)।
ରବି ତାଙ୍କ ପୁଅକୁ ନେଇ ନିହାର ର ଜଳଖିଆ ଦୋକାନ କୁ ଯାଇଥିଲା। ସେଠାରେ ନିହାର ଓ ରବି ମଧ୍ୟରେ ବଚସା ପରେ ନିହାର ଗରମ ତେଲ କଡେଇରୁ ଛାଟି ଦେବାରୁ ଗରମ ତେଲ ପଡି ରବି ଓ ତାର ପୁଅ ଲୋକେଶ ଗୁରୁତର ଆହତ ହୋଇଥିଲେ। ଏହି ଖବର ପାଇ ରବିର କିଛି ସହଯୋଗୀ ସଂଘବଦ୍ଧ ହୋଇ ନିହାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ନିହାରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମ କେ ସି ଜିକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ରବି ଓ ଲୋକେଶଙ୍କୁ ମଧ୍ୟ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆସିକା ପୁଲିସ ଘଟଣା ସ୍ଥଳ ଓ ମେଡ଼ିକାଲ ପହଞ୍ଚି ତଦନ୍ତ ଆରମ୍ଭ କରିଛି।