ରାଉରକେଲା: ସିଭିଲ୍‌ ଟାଉନସିପ୍‌ ଅଞ୍ଚଳରୁ ସାଇକେଲ୍‌ ଚୋରି ଅଭିଯୋଗରେ ରଘୁନାଥପାଲି ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ରଘୁନାଥପାଲି ବଙ୍ଗଳାଟୋଲାର ରାକେଶ ମହାନନ୍ଦ(୧୯), ତରକେରାର ଆଶିଷ ବାବା(୨୩) ଓ ବାଲୁଘାଟ ସର୍ଦ୍ଦାରବସ୍ତିର ବୀରେନ୍ଦ୍ର ଗୁରୁଙ୍ଗ(୨୧)। ସେମାନଙ୍କଠାରୁ ୨୬ଟି ଚୋରି ସାଇକେଲ୍‌ ଜବତ କରିବା ପ​ରେ କୋର୍ଟଚାଲାଣ କରାଯାଇଛି। 

Advertisment

ରାଉରକେଲା ସିଭିଲ୍‌ ଟାଉନସିପ୍‌ ଅଞ୍ଚଳରେ ବହୁଦିନ ହେଲା ସାଇକେଲ୍‌ ଚୋରି ନେଇ ଥାନା​​ରେ ଅଭିଯୋଗ ହୋଇ ଆସୁଥିଲା। ପୁଲିସ ତନାଘନା କରି ୩ ଜଣ ପେସାଦାର ଚୋରଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଆଶିଷ ଏବଂ ରାକେଶ ରାଉରକେଲାର ବିଭିନ୍ନ ସ୍ଥାନରୁ ସାଇକେଲ୍‌ ଚୋରି କରି ୩ୟ ଅଭିଯୁକ୍ତ ବୀରେନ୍ଦ୍ରକୁ ଦିଅନ୍ତି। ବୀରେନ୍ଦ୍ର ସେହି ସାଇକେଲ୍‌କୁ କାଟି ବିକ୍ରି କରିଦିଏ। ଏଥିରୁ ଯାହା ଟଙ୍କା ମିଳୁଥିଲା ତାକୁ ୩ ଜଣଙ୍କ ମଧ୍ୟରେ ସମାନ କରି ବଣ୍ଟା ଯାଉଥିଲା। ଏହି ଅଭିଯୁକ୍ତଙ୍କ ନାଁରେ ସହରର ବିଭିନ୍ନ ଥାନା​ରେ ଏକାଧିକ ମାମଲା ରହିଛି। ଅଭିଯୁକ୍ତ ଆଶିଷ ବାବା ନାଁରେ ପୂର୍ବରୁ ରଘୁନାଥପାଲି ଥାନାରେ ୮ଟି ଓ ବ୍ରାହ୍ମଣୀତରଙ୍ଗ ଥାନାରେ ଗୋଟିଏ ମାମଲା ରହିଛି। ସେହିଭଳି ଅଭିଯୁକ୍ତ ରାକେଶ ଏବଂ ବୀରେନ୍ଦ୍ର ଗୁରୁଙ୍ଗ ନାଁରେ ୩ଟି ଲେଖାଏ ମାମଲା ରହିଛି। ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସୂଚନାନୁଯାୟୀ, ରାଉରକେଲା ସିଭିଲ୍‌ ଟାଉନସିପ୍‌ ଅଞ୍ଚଳରେ ବହୁଦିନ ହେଲା ସାଇକେଲ୍‌ ଚୋରି ନେଇ ଥାନା​​ରେ ଅଭିଯୋଗ ହୋଇ ଆସୁଥିଲା। ପୁଲିସ ତନାଘନା କରି ୩ ଜଣ ପେସାଦାର ଚୋରଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଆଶିଷ ଏବଂ ରାକେଶ ରାଉରକେଲାର ବିଭିନ୍ନ ସ୍ଥାନରୁ ସାଇକେଲ୍‌ ଚୋରି କରି ୩ୟ ଅଭିଯୁକ୍ତ ବୀରେନ୍ଦ୍ରକୁ ଦିଅନ୍ତି। ବୀରେନ୍ଦ୍ର ସେହି ସାଇକେଲ୍‌କୁ କାଟି ବିକ୍ରି କରିଦିଏ। ଏଥିରୁ ଯାହା ଟଙ୍କା ମିଳୁଥିଲା ତାକୁ ୩ ଜଣଙ୍କ ମଧ୍ୟରେ ସମାନ କରି ବଣ୍ଟା ଯାଉଥିଲା। ଏହି ଅଭିଯୁକ୍ତଙ୍କ ନାଁରେ ସହରର ବିଭିନ୍ନ ଥାନା​ରେ ଏକାଧିକ ମାମଲା ରହିଛି। ଅଭିଯୁକ୍ତ ଆଶିଷ ବାବା ନାଁରେ ପୂର୍ବରୁ ରଘୁନାଥପାଲି ଥାନାରେ ୮ଟି ଓ ବ୍ରାହ୍ମଣୀତରଙ୍ଗ ଥାନାରେ ଗୋଟିଏ ମାମଲା ରହିଛି। ସେହିଭଳି ଅଭିଯୁକ୍ତ ରାକେଶ ଏବଂ ବୀରେନ୍ଦ୍ର ଗୁରୁଙ୍ଗ ନାଁରେ ୩ଟି ଲେଖାଏ ମାମଲା ରହିଛି। ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।