ଯାଜପୁର: ଦୀର୍ଘଦିନ ଧରି ଟାୱାର ଯନ୍ତ୍ରାଂଶ ଚୋରି ଚଳାଇଥିବା ଏକ ରାକେଟକୁ ଗତକାଲି ରାତିରେ ଠାବ କରାଯାଇଛି। ସମ୍ପୃକ୍ତ ରାକେଟ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ବିଂଝାରପୁର ସମେତ ଯାଜପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ରିଲାଏନ୍ସ ନେଟୱର୍କର ଜିଓ ଟାୱାରକୁ ଏହି ରାକେଟ ଟାର୍ଗେଟ କରିଥିଲେ। ବିଶେଷ କରି ନେଟୱର୍କ ଠିକ ଭାବେ ଆସିବା ପାଇଁ ବ୍ୟବହୃତ ଯନ୍ତ୍ରାଂଶଗୁଡ଼ିକୁ ଏହି ରାକେଟ ଚୋରି କରିନେଉଥିଲେ।

Advertisment

ଦୀର୍ଘଦିନ ଧରି ଟାୱାର ଯନ୍ତ୍ରାଂଶ ଚୋରି ଚଳାଇଥିବା ଏକ ରାକେଟକୁ ଗତକାଲି ରାତିରେ ଠାବ କରାଯାଇଛି। ସମ୍ପୃକ୍ତ ରାକେଟ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ବିଂଝାରପୁର ସମେତ ଯାଜପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ରିଲାଏନ୍ସ ନେଟୱର୍କର ଜିଓ ଟାୱାରକୁ ଏହି ରାକେଟ ଟାର୍ଗେଟ କରିଥିଲେ। ବିଶେଷ କରି ନେଟୱର୍କ ଠିକ ଭାବେ ଆସିବା ପାଇଁ ବ୍ୟବହୃତ ଯନ୍ତ୍ରାଂଶଗୁଡ଼ିକୁ ଏହି ରାକେଟ ଚୋରି କରିନେଉଥିଲେ। ନେଟୱର୍କ ସମ୍ବନ୍ଧୀୟ ସମସ୍ୟା ନେଇ ଗ୍ରାହକଙ୍କ ଠାରୁ ବାରମ୍ବାର ଅଭିଯୋଗ ପାଇବା ପରେ କମ୍ପାନୀର ଏକ ଟିମ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖି ସତ ଜାଣିବାକୁ ପାଇଥିଲେ।ଗତକାଲି ରାତିରେ ଏହି ରାକେଟର ୩ ଜଣଙ୍କୁ ଟିମ ଚୋରି କରୁଥିବା ସମୟରେ ଧରି ବିଂଝାରପୁର ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି।

ନେଟୱର୍କ ସମ୍ବନ୍ଧୀୟ ସମସ୍ୟା ନେଇ ଗ୍ରାହକଙ୍କ ଠାରୁ ବାରମ୍ବାର ଅଭିଯୋଗ ପାଇବା ପରେ କମ୍ପାନୀର ଏକ ଟିମ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖି ସତ ଜାଣିବାକୁ ପାଇଥିଲେ।ଗତକାଲି ରାତିରେ ଏହି ରାକେଟର ୩ ଜଣଙ୍କୁ ଟିମ ଚୋରି କରୁଥିବା ସମୟରେ ଧରି ବିଂଝାରପୁର ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହି ରାକେଟରେ ଆହୁରି ଅଧିକ ବ୍ୟକ୍ତି ସାମିଲ ଥିବା ନେଇ ଜିଓ କମ୍ପାନି ପକ୍ଷରୁ ଅଭିଯୋଗ ହୋଇଛି।