ମୟୁରଭଞ୍ଜ: ବ୍ୟାଙ୍କକୁ ଟଙ୍କା ଜମା ପାଇଁ ଯିବାବେଳେ ଯୁବକଙ୍କୁ ଗୁଳିମାଡ କଲେ ୩ ଦୁର୍ବୃତ୍ତ | ମୟୂରଭଞ୍ଜଜିଲ୍ଲା କୁଳିଅଣା ଥାନା ଅଧୀନ କୁଚେଇ ନିକଟ ୧୮ନଂ ଜାତୀୟ ରାଜପଥରେ ଜଗନ୍ନାଥପୁର ନିକଟରେ ଏହି ଗୁଳିକାଣ୍ଡ ଘଟିଛି |
୩ ଦୁର୍ବୃତ୍ତ ଜଣେ ମଦଭାଟି ମ୍ୟାନେଜରଙ୍କ ନିକଟରୁ ଟଙ୍କା ବ୍ୟାଗ ଛଡାଇବାକୁ ବିଫଳ ପରେ ୫ରାଉଣ୍ଡ ଗୁଳି ଫୁଟାଇଥିଲେ | ଆଉ ଏହି ଘଟଣାରେ ମ୍ୟାନେଜର ଗୁରୁତର ଅବସ୍ଥାରେ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଘଟଣାରେ ଆଉ ୩ ଜଣ ବି ଆହତ ହୋଇଛନ୍ତି |