ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୧ଟି ନୂଆ କରୋନା ସଂକ୍ରମଣ ମାମଲା ଜଣାପଡ଼ିଛି । ଏହାକୁ ମିଶାଇ ଦେଶର ମୋଟ କରୋନା ମାମଲା ୨୯୦୨କୁ ବୃଦ୍ଧି ପାଇଛି । ଏହି ସମୟରେ ଦେଶରେ ୧୨ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି, ଏହାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୬୮ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି ଯେ ଦେଶରେ ଦେଖାଯାଇଥିବା ମୋଟ ସଂକ୍ରମଣ ସଂଖ୍ୟାର ୩୦ ପ୍ରତିଶତ ବା ୧୦୨୩ ଜଣ ତବଲିଗି ଜମାତ ସହ ସଂପର୍କିତ । ୧୭ଟି ରାଜ୍ୟରୁ ଏହି ୧୦୨୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଦେଶର ମୋଟ ୨୯୦୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯ ପ୍ରତିଶତଙ୍କ ବୟସ ୨୦ ବର୍ଷରୁ କମ, ୪୧ ପ୍ରତିଶତଙ୍କ ବୟସ ୨୧ରୁ ୪୦ ବର୍ଷ ମଧ୍ୟରେ, ୩୩ ପ୍ରତିଶତଙ୍କ ବୟସ ୪୧ରୁ ୫୦ ବର୍ଷ ଓ ୧୭ ପ୍ରତିଶତ ୫୦ ବର୍ଷରୁ ଅଧିକ । ଦେଶରେ ଟେଷ୍ଟିଂ ଏବେ ଦିନକୁ ୧୦ ହଜାର ରହିଛି ଓ ଏହାକୁ ଆହୁରି ବଢାଇବାକୁ କ୍ଷମତା ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ସାରା ଦେଶରେ ମୋଟ ୨୨ ହଜାର ତାବଲିଗି ଜମାତ କର୍ମୀଙ୍କ ଚିହ୍ନଟ କରାଯାଇ ଏକାନ୍ତବାସରେ ରଖାଯାଇଛି ।