ବୀରମିତ୍ରପୁର/କୁଆରମୁଣ୍ଡା: ବୀରମିତ୍ରପୁର ପୁଲିସ ଆଜି ଝାଡ଼ଖଣ୍ଡ ସୀମାନ୍ତ ନିକଟରୁ ତିନିଟି ପିକ୍‌ ଅପ୍‌ ଗାଡ଼ି ଜବତ କରିବା ସହିତ ୩୦୧ଟି ଛେଳି ଉଦ୍ଧାର କରିଛି।

Advertisment

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ରାୟବରେଲି ଓ ଉନ୍ନାଓ ଅଞ୍ଚଳର ତିନିଜଣ ଯୁବକ ରାଜନ, ଅନୀଲ କୁମାର ଓ ୱାଶିମ ଆକ୍ରମ ୩ଟି ପିକ୍‌ ଅପ୍‌ ଗାଡ଼ିରେ ଉତ୍ତରପ୍ରଦେଶ ଫତେପୁରରୁ ବିପଦପୂର୍ଣ୍ଣ ଅବସ୍ଥାରେ ୩୦୧ଟି ଜୀବନ୍ତ ଛେଳି ପରିବହନ କରୁଥିଲେ। ଏହି ଛେଳି ରାଉରକେଲା ଓ ପାଲଲହଡ଼ା ଅଭିମୁଖେ ବିକ୍ରି ପାଇଁ ନେଉଥିବାବେଳେ କୌଣସିସୂତ୍ରରୁ ବୀରମିତ୍ରପୁର ଥାନାଧିକାରୀ ରାମପ୍ରସାଦ ନାଗ ସୂଚନା ପାଇଥିଲେ। ଶ୍ରୀ ନାଗ ପୁଲିସଦଳ ସହ ସୀମାନ୍ତ ପତଲକାଣ୍ଡ ନିକଟରୁ ସେମାନଙ୍କୁ କାବୁକରି ଥାନାକୁ ଆଣିଥିଲେ।

ଉତ୍ତରପ୍ରଦେଶର ରାୟବରେଲି ଓ ଉନ୍ନାଓ ଅଞ୍ଚଳର ତିନିଜଣ ଯୁବକ ରାଜନ, ଅନୀଲ କୁମାର ଓ ୱାଶିମ ଆକ୍ରମ ୩ଟି ପିକ୍‌ ଅପ୍‌ ଗାଡ଼ିରେ ଉତ୍ତରପ୍ରଦେଶ ଫତେପୁରରୁ ବିପଦପୂର୍ଣ୍ଣ ଅବସ୍ଥାରେ ୩୦୧ଟି ଜୀବନ୍ତ ଛେଳି ପରିବହନ କରୁଥିଲେ। ଏହି ଛେଳି ରାଉରକେଲା ଓ ପାଲଲହଡ଼ା ଅଭିମୁଖେ ବିକ୍ରି ପାଇଁ ନେଉଥିବାବେଳେ କୌଣସିସୂତ୍ରରୁ ବୀରମିତ୍ରପୁର ଥାନାଧିକାରୀ ରାମପ୍ରସାଦ ନାଗ ସୂଚନା ପାଇଥିଲେ। ଶ୍ରୀ ନାଗ ପୁଲିସଦଳ ସହ ସୀମାନ୍ତ ପତଲକାଣ୍ଡ ନିକଟରୁ ସେମାନଙ୍କୁ କାବୁକରି ଥାନାକୁ ଆଣିଥିଲେ।ବୀରମିତ୍ରପୁର ଥାନାରେ କେସ୍ ନଂ ୧୬୭/୨୫ରେ ପ୍ରାଣୀ ପ୍ରତି ନିଷ୍ଠୁରତା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବାବେଳେ ଛେଳି ଥିବା ଗାଡ଼ିଗୁଡ଼ିକୁ ଜବତ କରାଯାଇଛି। ଅଭିଯୁକ୍ତ ଚାଳକମାନଙ୍କୁ ନୋଟିସ୍ ଦିଆଯାଇଛି ଓ ଛେଳିଗୁଡ଼ିକୁ ସେମାନଙ୍କ ଜିମାରେ ଛାଡ଼ି ଦିଆଯାଇଥିବା ଥାନା ସୂତ୍ରରୁ ପ୍ରକାଶ।  

ବୀରମିତ୍ରପୁର ଥାନାରେ କେସ୍ ନଂ ୧୬୭/୨୫ରେ ପ୍ରାଣୀ ପ୍ରତି ନିଷ୍ଠୁରତା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବାବେଳେ ଛେଳି ଥିବା ଗାଡ଼ିଗୁଡ଼ିକୁ ଜବତ କରାଯାଇଛି। ଅଭିଯୁକ୍ତ ଚାଳକମାନଙ୍କୁ ନୋଟିସ୍ ଦିଆଯାଇଛି ଓ ଛେଳିଗୁଡ଼ିକୁ ସେମାନଙ୍କ ଜିମାରେ ଛାଡ଼ି ଦିଆଯାଇଥିବା ଥାନା ସୂତ୍ରରୁ ପ୍ରକାଶ।  

crime