ଓଡ଼ିଶା : ଦିନକରେ ରେକର୍ଡ ୩୬୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୭୭୫

ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରେକର୍ଡ ୩୬୮୨ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୪୪୧ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୨୪୧ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୧୩୪୧ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୭୫ଟି ମାମଲା ଚିହ୍ନଟ ହୋଇଛି । ଖୋର୍ଦ୍ଧା ତଳକୁ ରହିଛି ରାୟଗଡ଼ା ଜିଲ୍ଲା । ଏଠାରେ ମୋଟ ୪୯୫ଟି ନୂଆ ମାମଲା ଚିହ୍ନଟ ହୋଇଛି । କଟକରେ ୩୬୯ ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ମୟୁରଭଞ୍ଜରେ ୨୭୨, ଗଞ୍ଜାମରେ ୧୭୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ବରଗଡ଼ରେ ୧୫୨ ଓ କୋରାପୁଟରେ ୧୪୦ଟି ଓ ସମ୍ବଲପୁରରେ ୧୨୮ଟି ନୂଆ ମାମଲା ଚିହ୍ନଟ ହୋଇଛି ।

 

୩୬୮୨ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୯୪୬୬୮ ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୮୮୩୬ ଥିବାବେଳେ ୬୫୩୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୧୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୧୬୧୨୦୯୭ ଟି କରୋନା ପରୀକ୍ଷା କରାଯାଇଛି । ଶୁକ୍ରବାର ସୁଦ୍ଧା ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ଟପିଯାଇଛି ।

ସମ୍ବନ୍ଧିତ ଖବର