ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଗୋଟିଏ ଦିନରେ ଦଳ ଛାଡ଼ିଲେ ନାଗାଲାଣ୍ଡର ୩୭ ବରିଷ୍ଠ ବିଜେପି ନେତା

କୋହିମା : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ନାଗାଲାଣ୍ଡରେ ବିଜେପି ପାଇଁ ଏକ ଖରାପ ଖବର ଆସିଛି । ରାଜ୍ୟ ବିଜେପିର ପ୍ରାୟ ୩୭ ଜଣ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ରାଜ୍ୟ ସଭାପତି ତମଜେନ ଇମନାଙ୍କୁ ଏକ ପତ୍ର ଲେଖି ସେମାନେ କହିଛନ୍ତି ଯେ ଦଳର ଚିନ୍ତାଧାରା ସହିତ ସେମାନେ ଏକମତ ହୋଇପାରୁନାହାନ୍ତି ।

ବିଶେଷକରି ଦଳର ହିନ୍ଦୁତ୍ୱ ନୀତି ସହିତ ସେମାନେ ଏକମତ ହୋଇପାରୁନାହାନ୍ତି, ଏଣୁ ସେଥିପାଇଁ ଦଳ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏହା ସହିତ ଦଳର ରାଜ୍ୟ ପଦାଧିକାରୀ ବିଶେଷକରି ସାଂଗଠନିକ ସଚିବ ଅନନ୍ତ ମିଶ୍ରଙ୍କ କାର୍ଯ୍ୟପଦ୍ଧତିକୁ ସେମାନେ ବିରୋଧ କରିଛନ୍ତି । ନିଜ ଇସ୍ତଫାପତ୍ରରେ ସେମାନେ ଆଉ କେତେକ କାରଣ ମଧ୍ୟ ଦର୍ଶାଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ନାଗା ରାଜନୈତିକ ପ୍ରସଙ୍ଗରେ କୌଣସି ସହମତି ସୃଷ୍ଟି ନହେବା । ୨୦୧୫ରେ ଏସଂପର୍କରେ ନାଗା ରାଜନୈତିକ ଦଳମାନଙ୍କ ସହ ଫ୍ରେମଓ୍ଵାର୍କ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ବିଶେଷ, ଅଗ୍ରଗତି ହୋଇପାରିି ନାହିଁ ।

ସମ୍ବନ୍ଧିତ ଖବର