ପାଲେକେଲ୍‌: ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସୁପର-୮ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର୍‌ ଦୁସାନ ହେମନ୍ତା ହିଟ୍‌ ଓ୍ବିକେଟ୍‌ ହୋଇଯାଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଏହା ହେଉଛି ଷଷ୍ଠ ହିଟ୍‌ ଓ୍ବିକେଟ୍‌। ତେବେ ରୋଚକ କଥା ହେଉଛି ଯେ କେବଳ ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ତିନିଜଣ ବ୍ୟାଟର୍‌ ହିଟ୍‌ ଓ୍ବିକେଟ୍‌ ହୋଇସାରିଲେଣି। ଚଳିତ ବିଶ୍ବକପ୍‌ରେ ପ୍ରଥମ ହିଟ୍‌-ଓ୍ବିକେଟ୍‌ ହୋଇଥିଲେ ନାମିବ୍ୟାର ଜେନ୍‌ ଗ୍ରିନ୍‌। ଚଳିତ ଫେବ୍ରୁଆରି ୧୨ରେ ଭାରତ ବିପକ୍ଷ ମ୍ୟାଚ୍‌ରେ ସେ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ। ସେହିପରି ଫେବ୍ରୁଆରି ୧୬ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୟୁଏଇର ମହମ୍ମଦ ଅର୍ଫାନ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ।

Advertisment

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ପ୍ରଥମ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ କେନିୟାର ଡେଭିଡ୍‌ ଓବୁୟା। ୨୦୦୭ରେ ଆୟୋଜିତ ପ୍ରଥମ ସଂସ୍କରଣରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ। ୨୦୨୧ ସଂସ୍କରଣରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶର ନସୁମ୍‌ ଅହମ୍ମଦ ହିଟ୍‌-ଓ୍ବିକେଟ୍‌ ହୋଇଥିଲେ। ୨୦୨୨ ସଂସ୍କରଣରେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ହିଟ୍‌ ଓ୍ବିକେଟ୍‌ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ୬୩ ରନ୍‌ କରିଥିବାବେଳେ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ।