ଆସନ୍ତାକାଲି ୩ୟ ପର୍ଯ୍ୟାୟ ଭୋଟ : ୪ ପୂର୍ବତନ ବ୍ୟୁରୋକ୍ରାଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ

ଭୁବନେଶ୍ୱର : ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ୩ୟ ପର୍ଯ୍ୟାୟ ନିର୍ବାଚନ । ଓଡ଼ିଶାର ୬ଟି ଲୋକସଭା ଆସନ ଓ ୪୨ଟି ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ୬୧ ଜଣ ପ୍ରାର୍ଥୀ ଓ ୪୨ଟି ବିଧାନସଭା ଆସନ ପାଇଁ ୩୫୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି ।

କିନ୍ତୁ ସମସ୍ତଙ୍କ ନଜରରେ ରହିବେ ଏହି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ୪ ଜଣ ପୂର୍ବତନ ବ୍ୟୁରୋକ୍ରାଟ । ଏହି ୪ ଜଣ ହେଉଛନ୍ତି ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ପୂର୍ବତନ ଆଇପିଏସ ଅଧିକାରୀ  ଅରୁପ ପଟ୍ଟନାୟକ, ବିଜେପି ତରଫରୁ ଲଢୁଥିବା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ, କଟକ ଲୋକସଭା ଆସନ ପାଇଁ ଲଢୁଥିବା ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ର ଓ ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡିରୁ ଲଢୁଥିବା ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ନଳିନୀ ପ୍ରଧାନ । ସବୁଠାରୁ ରୋଚକ ଲଢେଇ ହେଉଛି ଭୁବନେଶ୍ୱରରେ, କାରଣ ଏଠାରେ ମୁହାଁମୁହିଁ ହୋଇଛନ୍ତି ଅରୁପ ପଟ୍ଟନାୟକ ଓ ଅପରାଜିତା । ଅର୍ଥାତ ଆଇପିଏସ ବନାମ ଆଇଏଏସ ।

ସମ୍ବନ୍ଧିତ ଖବର