ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ଅଂଚଳରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ସହ ଚାରି ଜଣଙ୍କୁ ରାୟଗଡ଼ା ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ ରେଭେନ୍ୟୁ ଇଂଟଲ୍ଲିଜେନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି I ଗିରଫ ବ୍ୟକ୍ତିମାନଙ୍କ ଭିତରୁ ୨ ଜଣ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ୨ ଜଣ ମହାରାଷ୍ଟ୍ର ରାଜ୍ୟର ବୋଲି ଜଣାପଡିଛି I

Advertisment

ରାୟଗଡ଼ା ରେଞ୍ଜର କାମେଶ୍ୱର ଅଚାରୀଙ୍କ ସୂଚନାରୁ ଜଣାପଡିଛି ଗୁଣପୁର ବ୍ଲକ ପୁଟାସିଂ  ଅଂଚଳର ଅଞ୍ଜରସିଂ ଗ୍ରାମର ଜିସୟ ଗମାଙ୍ଗ ଓ ମହେଶ ହୁଇକା ମାଛଖୁଣ୍ଟି ଅଂଚଳର ଅନ୍ୟ ୨ ଜଣ ବ୍ୟକ୍ତି ମହାରାଷ୍ଟ୍ର ରାଜ୍ୟର ମାତିନଗର ଅଂଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତାଙ୍କୁ ଏହି ବାଘ ଚମଡ଼ାକୁ ବିକ୍ରି କରିବା ପାଇଁ ଯୋଗାଯୋଗରେ ରହିଥିଲେ I କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ଡିରେକ୍ଟର ଅଫ ରେଭେନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ କରିଥିଲେI ଏନେଇ ଅଗଷ୍ଟ ୩୦ ତାରିଖ ଦିନ ରାୟଗଡ଼ା ବନ ବିଭାଗକୁ ସୂଚନା ଦେଇଥିଲେ I ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡ଼ା ବିକ୍ରି କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ମାଡି ବସିଥିଲେ I ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ଅଚାରୀ ସୂଚନା ଦେଇଛନ୍ତି I

ରାୟଗଡ଼ା ରେଞ୍ଜର କାମେଶ୍ୱର ଅଚାରୀଙ୍କ ସୂଚନାରୁ ଜଣାପଡିଛି ଗୁଣପୁର ବ୍ଲକ ପୁଟାସିଂ  ଅଂଚଳର ଅଞ୍ଜରସିଂ ଗ୍ରାମର ଜିସୟ ଗମାଙ୍ଗ ଓ ମହେଶ ହୁଇକା ମାଛଖୁଣ୍ଟି ଅଂଚଳର ଅନ୍ୟ ୨ ଜଣ ବ୍ୟକ୍ତି ମହାରାଷ୍ଟ୍ର ରାଜ୍ୟର ମାତିନଗର ଅଂଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତାଙ୍କୁ ଏହି ବାଘ ଚମଡ଼ାକୁ ବିକ୍ରି କରିବା ପାଇଁ ଯୋଗାଯୋଗରେ ରହିଥିଲେ I କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ଡିରେକ୍ଟର ଅଫ ରେଭେନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ କରିଥିଲେI ଏନେଇ ଅଗଷ୍ଟ ୩୦ ତାରିଖ ଦିନ ରାୟଗଡ଼ା ବନ ବିଭାଗକୁ ସୂଚନା ଦେଇଥିଲେ I ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡ଼ା ବିକ୍ରି କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ମାଡି ବସିଥିଲେ I ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଶ୍ରୀ ଅଚାରୀ ସୂଚନା ଦେଇଛନ୍ତି I ଏହି କଲରାପତରିଆ ବାଘ ଚମଡ଼ାକୁ ଗଜପତି ଜିଲ୍ଲାରୁ ମହାରାଷ୍ଟ୍ର ଚାଲାଣ ପାଇଁ ଅଣାଯାଇଥିଲା ବୋଲି ସୂଚନାରୁ ଜଣାପଡିଛି I ଉଭୟ ବାଘର ବୟସ ୫/୭ ବର୍ଷ ମଧ୍ୟରେ ରହିଥିବା ଜଙ୍ଗଲ ବିଭାଗ ସୂଚନା ଦେଇଛି I ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି ଏ ସି ଏଫ ଅଶୋକ ପ୍ରଧାନ ପ୍ରକାଶ କରିଛନ୍ତି I