ମାଲୋଗାମ୍: ଲୋକସଭା ନିର୍ବାଚନରେ କୌଣସି ଜଣେ ହେଲେ ଭୋଟର୍ ଯେମିତି ନିଜ ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେନେଇ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତର ନିର୍ବାଚନ କମିସନ। ଦୁର୍ଗମ ଅଞ୍ଚଳରେ ଥିବା ଲୋକମାନେ ବି ଯେଭଳି ସୁରୁଖୁରୁରେ ଭୋଟ୍ ଦେଇପାରିବେ, ସେହି ବ୍ୟବସ୍ଥା କରାଯାଇଛି। ତେବେ ଅରୁଣାଚଳ ପ୍ରଦେଶରେ କେବଳ ଜଣେ ବ୍ୟକ୍ତି ଭୋଟ୍ ଦେବାପାଇଁ ନିର୍ବାଚନ ଅଧିକାରୀ ଦଳଙ୍କୁ ୪ ଦିନ ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ଯାତ୍ରା କରିବାକୁ ପଡ଼ିଛି। ୪୮୩ କିମି ରାସ୍ତା ଅତିକ୍ରମ କରିବାପରେ ପୋଲିଂ ଟିମ୍ ଅରୁଣାଚଳ ପ୍ରଦେଶର ମାଲୋଗାମ୍ରେ ପହଞ୍ଚିଥିଲେ। କେବଳ ଗୋଟିଏ ଭୋଟ୍ ପାଇଁ ଏଠାରେ ବୁଥ୍ର ବ୍ୟବସ୍ଥା କରାଯାଇଛି। ୨୦୧୧ ଜନଗଣନା ଅନୁଯାୟୀ ଅରୁଣାଚଳର ମାଲୋଗାମ୍ରେ ୫ ଜଣ ବାସିନ୍ଦା ଥିଲେ। କିନ୍ତୁ ଏଥର ନିର୍ବାଚନ ପାଇଁ କେବଳ ଜଣେ ଭୋଟର ସୋକେଲା ତାୟାଙ୍ଗ୍ ନାମ ପଞ୍ଜିକୃତ କରିଛନ୍ତି। ଗୁଜରାଟ୍ରେ ମଧ୍ୟ କେବଳ ଜଣେ ଭୋଟରଙ୍କୁ ପାଇବା ପାଇଁ ନିର୍ବାଚନ ଅଧିକାରୀ ଦଳଙ୍କୁ ଏକ ଘଞ୍ଚ ଜଙ୍ଗଲ ଦେଇ ଅତିକ୍ରମ କରିବାକୁ ପଡ଼ିବ।
ଗୋଟିଏ ଭୋଟ୍ ପାଇଁ ୪ ଦିନର ଯାତ୍ରା
/sambad/media/post_attachments/wp-content/uploads/2019/04/4-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)