ବାରିପଦା: ଶିମିଳପାଳରେ କଳା ବାଘକୁ ମାରିଦେଇଥିବା ଅଭିଯୋଗରେ ୪ ଜଣ ଶିକାରୀକୁ ଗିରଫ କରାଯାଇଛି | ଏହି ୪ ଜଣଙ୍କ ନିକଟରୁ ବାଘ ଚମଡା ସହ ନଖ ଜବତ କରାଯାଇଛି | ଏହି ୪ ଜଣ ଶିକାରୀଙ୍କୁ ମୟୁରଭଞ୍ଜର ତେନ୍ତୁଲା ଓ ବାଲିଘାଟ ଗ୍ରାମରୁ ଗିରଫ କରାଯାଇଛି | ଏବେ ଏହି ଘଟଣାର ତଦନ୍ତ ଚାଲିଛି ଓ କେଉଁମାନେ ସମ୍ପୃକ୍ତ ତାହା ଅନୁଧ୍ୟାନ କରାଯାଉଛି |
ଗିରଫ ଶିକାରୀମାନେ ହେଉଛନ୍ତି ଅଜାମ୍ବର ନାୟକ, ପିତାମ୍ବର ନାୟକ, ରମା ନାୟକ, ବୈରାମ ମୁର୍ମୁ | ଉଲ୍ଲେଖ ଥାଉ କି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ(ଏସଟିଆର) ପ୍ରକଳ୍ପ ଅଧୀନ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଣିଆଦର ଓ ଦୁବଲାଖୁଣ୍ଟା ଅଞ୍ଚଳରୁ ପୃଥକ ଭାବେ ୨-୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି ।
ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପୂର୍ବ ଅଧିକ ତଦନ୍ତ ପରେ ଏହି ସଫଳତା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/01/15/04k1Cv10C5KJJz147SV6.jpg)