କୁଜଙ୍ଗ: ଜଗତସିଂହପୁରଜିଲ୍ଲା କୁଜଙ୍ଗ ବ୍ଲକ ବିଶ୍ବାଳି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ମଧ୍ୟାହ୍ନ ସମୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଉଲ୍ଲାସ ତରାଇ ଓ ମଧୁଆ ତରାଇଙ୍କ ୪ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟହୋଇଯାଇଛି।
କୁଜଙ୍ଗ ବ୍ଲକ ବିଶ୍ବାଳି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ମଧ୍ୟାହ୍ନ ସମୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଉଲ୍ଲାସ ତରାଇ ଓ ମଧୁଆ ତରାଇଙ୍କ ୪ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟହୋଇଯାଇଛି। ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ଗାଡ଼ି ନିଆଁକୁ ଆୟତ୍ତ କରୁଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏଣେ ସ୍ଥାନୀୟ ସରପଞ୍ଚ ମନୋରମା ମଲ୍ଲ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି।
/sambad/media/media_files/2025/03/20/0uFidwB7shjH8QVPtCa1.jpg)
ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ଗାଡ଼ି ନିଆଁକୁ ଆୟତ୍ତ କରୁଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏଣେ ସ୍ଥାନୀୟ ସରପଞ୍ଚ ମନୋରମା ମଲ୍ଲ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/20/yHPctQ1VqMMraCvnd19E.jpg)