ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଂଚାୟତ ଟେଣ୍ଟେଇ ସାହିର ଜଣେ ବ୍ୟକ୍ତିଙ୍କ ଘରେ ଦୃବୁର୍ତ୍ତମାନେ ପଶି ହାତଗୋଡ଼ ବାନ୍ଧି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ରାମଚନ୍ଦ୍ର କର(୮୩) ଓ ତାଙ୍କ ସ୍ତ୍ରୀ ସରସ୍ୱତୀ କର(୭୫) ରହୁଥିବା ବେଳେ ତାଙ୍କ ପିଲାମାନେ ବାହାରେ ରୁହନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ୫ ଜଣ ଦୁର୍ବୁର୍ତ୍ତ ଏକ କାରରେ ଆସି ତାଙ୍କ ଘରର ପଛ ପଟ କବାଟ ଭାଙ୍ଗିବା ସହିତ ଘର ଭିତରକୁ ପଶିଥିଲେ। ପରେ ଉଭୟ ବୃଦ୍ଧ ବୃଦ୍ଧାଙ୍କ ହାତ ଓ ଗୋଡ଼କୁ ଗାମୁଛା ଏବଂ ଦୌଡିରେ ବାନ୍ଧି ଘରେ ଥିବା ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଓ ନଗଦ ୩୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।