କାମାକ୍ଷାନଗର: ତୁମୁସିଙ୍ଗା ଥାନା ମହୁଲି ଗ୍ରାମରେ ନିଆଁ ଲାଗି ଜଳିଗଲା ନଡ଼ାଗଦା l ପ୍ରାୟ ୪ ଲକ୍ଷ ଟଙ୍କାର ନଡ଼ା ପୋଡି ପାଉଁଶ ହୋଇଗଲାl କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି ନଡ଼ାଗଦାର ମାଲିକ l

Advertisment

ମହୁଲି ଗ୍ରାମର ଦୁଇ ଭାଇ ସମୀରକାନ୍ତ ସାହୁ ଓ ନିରଞ୍ଜନ ସାହୁ ଛତୁଚାଷ ପାଇଁ ଘର ନିକଟରେ ଥିବା ଏକ ପଡ଼ିଆରେ ୮୨, ୦୦୦ ବିଡ଼ା ନଡ଼ା ଗଦାଇ ରଖିଥିଲେ l ଗତକାଲି ବିଳମ୍ବିତ ରାତିରେ ନଡ଼ାଗଦାରେ ନିଆଁ ଲାଗି ନଡ଼ାଗୁଡିକ ଜଳୁଥିବାର ଦେଖିଥିଲେ l ପରେ ତୁରନ୍ତ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ  ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି l ଗତକାଲି ରାତି ପ୍ରାୟ ୧୨:୩୦ ସମୟରେ କେହି ଦୁର୍ବୃତ୍ତ ନଡ଼ା ଗଦାରେ ନିଆଁ ଲଗାଇଦେଇଥିବା ଅଭିଯୋଗ କରିଛନ୍ତି ନଡ଼ାମାଲିକ l

ସୂଚନା ଅନୁସାରେ ମହୁଲି ଗ୍ରାମର ଦୁଇ ଭାଇ ସମୀରକାନ୍ତ ସାହୁ ଓ ନିରଞ୍ଜନ ସାହୁ ଛତୁଚାଷ ପାଇଁ ଘର ନିକଟରେ ଥିବା ଏକ ପଡ଼ିଆରେ ୮୨, ୦୦୦ ବିଡ଼ା ନଡ଼ା ଗଦାଇ ରଖିଥିଲେ l ଗତକାଲି ବିଳମ୍ବିତ ରାତିରେ ନଡ଼ାଗଦାରେ ନିଆଁ ଲାଗି ନଡ଼ାଗୁଡିକ ଜଳୁଥିବାର ଦେଖିଥିଲେ l ପରେ ତୁରନ୍ତ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ  ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି l ଗତକାଲି ରାତି ପ୍ରାୟ ୧୨:୩୦ ସମୟରେ କେହି ଦୁର୍ବୃତ୍ତ ନଡ଼ା ଗଦାରେ ନିଆଁ ଲଗାଇଦେଇଥିବା ଅଭିଯୋଗ କରିଛନ୍ତି ନଡ଼ାମାଲିକ l

ତେବେ ଧାର କରଜ କାରି ଛତୁଚାଷ ପାଇଁ ୪ ଲକ୍ଷ ଟଙ୍କାର ନଡ଼ା ପୋଡି ପାଉଁଶ ହୋଇଯାଇଥିବା ଦେଖି କେମିତି ଚାଷ କରିବେ ଓ ଋଣ ଶୁଝିବେ ସେନେଇ ଚିନ୍ତାରେ ନଡ଼ା ମାଲିକ l ଏଥିପାଇଁ ସରକାରୀ ସ୍ତରରେ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି l ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଶେଷ ହୋଇନଥିବା ବେଳେ ଆହୁରି ଦୁଇ ଘଣ୍ଟା ଲାଗିବା ନେଇ କାମାକ୍ଷାନଗର ଅଗ୍ନିଶମ କେନ୍ଦ୍ର ଏଲ ଏଫଏମ ଶ୍ରୀକାନ୍ତ ବଳବନ୍ତରାୟ କହିଛନ୍ତି l