ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଡିଆରଜି ଯବାନ ଏବଂ ନାମେଡ ଥାନା ପକ୍ଷରୁ ଚଢାଉ କରାଯାଇ ୨ ଜଣ ନକ୍ସଲକୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲ। ଏମାନେ ପୂର୍ବତନ ସରପଞ୍ଚ ସୁଖରାମ ଅବଲମକୁ ହତ୍ୟା କରିଥିବା ପୁଲିସ କହିଛି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ଏବଂ ଜିଲ୍ଲା ପୁଲିସ ଭୋସଲା ଏବଂ ଦୁରଧା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ତେବେ ସୂଚନା ମୁତାବକ ଦୁଇ ଜଣ ନକ୍ସଲ ଜଂଗଲରେ ବୁଲୁଛନ୍ତି। ତୁରନ୍ତ ଯବାନ ଘେରାବନ୍ଦୀ କରି ଦୁଇ ଜଣ ସଂଦିଗ୍ଧ ବ୍ୟକ୍ତିଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ନକ୍ସଲ ସଂଗଠନର ସଦସ୍ୟ ବୋଲି ସ୍ବୀକାର କରିଥିଲେ।
ଏମାନେ ହେଲେ ଏକ ଲକ୍ଷ ପୁରସ୍କାର ଘୋଷିତ ଜନତାନା ସରକାର ଅଧ୍ୟକ୍ଷ ସନ୍ନୁ କୋରସା ଅରଫ ଗୁଟ୍ଟା(୪୫) ଏବଂ ଜନମିଲିସିଆ ପ୍ଲାଟୁନ ଡେପୁଟି କମାଣ୍ଡର ପଣ୍ଡରୁ ଉରସା(୩୫)। ସେହିପରି ସୁକମା ଜିଲ୍ଲାର ଫୁଲବଗଡି ଥାନା ପକ୍ଷରୁ ଚଢାଉ କରାଯାଇ ବିସ୍ଭୋରକ ସହ ଦୁଇ ଜଣ ମାଓବାଦୀକୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଏବଂ ଜିଲ୍ଲା ପୁଲିସ ବଡେସଟ୍ଟି ଗ୍ରାମ ନିକଟସ୍ଥଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ।
ଜଂଗଲରେ ଦୁଇ ସନ୍ଦିଗ୍ଧ ନକ୍ସଲ କିଛି ଧରିଥିଲେ। ଯବାନଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ତେବେ ସେମାନଙ୍କୁ ଯବାନ କାବୁ କରିବା ପରେ ପଚରାଉଚରା କରିଥିଲେ। ସେମାନେ ହେଲେ ମାଡବି ଗଙ୍ଗା(୪୦) ଏବଂ ମାଡବି ଭିମାରାମ(୨୧)। ଦୁଇ ଜଣ କେରଲାପାଲା ଏରିଆ କମିଟିର ସଦସ୍ୟ ବୋଲି ଜଣାପଡିଛି। ଦୁଇ ଜଣ ନକ୍ସଲଙ୍କ ଠାରୁ ପୁଲିସ ଟିଫିନ ବୋମା,ବିଦ୍ୟୁତ ତାର,ଟିଡୋନେଟର,ଜିଲେଟିନ ଷ୍ଟିକ,ନକ୍ସଲ ପୋଷ୍ଟର ଇତ୍ୟାଦି ଜବତ କରିଛି। ପୁଲିସ ଏମାନଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/12/09/xzlzUyKgfxuWd8hDS6PZ.jpg)