କାଲିମେଳା: ମାଲକାନଗିରିଜିଲ୍ଲା ସୀମାନ୍ତ ମୋଟୁ ନିକଟରେ ଥିବା ଆନ୍ତଃ ରାଜ୍ୟ ତନଖି ନିକଟରୁ ଆଜି ଭୋର ସମୟରେ ୪୭୩ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି | ଏକ ବୋଲେରୋ ଭିତରେ ୧୩ଟି ଟ୍ରେରେ ଏହି ସବୁ କଇଁଛକୁ ଲୁଚେଇ ରଖା ଯାଇଥିଲା | କୌଣସି ସୂତ୍ରରୁ ଖବର ପାଇ ମୋଟୁ ବନ ବିଭାଗ ଏହି ବୋଲେରୋଟିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଗାଡ଼ି ଭିତରେ ଥିବା ଦୁଇଜଣ ମାଫିଆ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ | ତେବେ ଗାଡି ଭିତରେ ୧୩ଟି ଟ୍ରେରେ ୪୭୩ଟି ଜୀବନ୍ତ କଇଁଛ ରହିଥିବାର ଦେଖିବାକୁ ମିଳିଥିଲା। ମୋଟୁ ବନ ବିଭାଗ କଇଁଛଗୁଡ଼ିକୁ ଜବତ କରିବା ସହିତ ବୋଲେରୋକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାର ସୂଚନା ମିଳିଛି |
ସୂଚନାଯୋଗ୍ୟ, ଚଳିତ ମାସ ୨ ତାରିଖରେ ସେହି ମୋଟୁ ତନଖି ଫାଟକ ନିକଟରୁ ୩୦୮ଟି ଜୀବନ୍ତ କଇଁଛ ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ମୋଟୁ ବନ ବିଭାଗ| ଉଲ୍ଲେଖଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ କଇଁଛ ମାଂସର ଚାହିଦା ଅଧିକ ରହିଥିବାରୁ ବେପାରୀମାନେ ଚୋରାରେ ଆନ୍ଧ୍ରରୁ କମ ଦାମରେ କିଣି ଅଧିକା ଦାମରେ ବିକ୍ରି କରି ମାଲାମାଲ ହେଉଛନ୍ତି |
ସୂଚନାଯୋଗ୍ୟ, ଚଳିତ ମାସ ୨ ତାରିଖରେ ସେହି ମୋଟୁ ତନଖି ଫାଟକ ନିକଟରୁ ୩୦୮ଟି ଜୀବନ୍ତ କଇଁଛ ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ମୋଟୁ ବନ ବିଭାଗ|
ଉଲ୍ଲେଖଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାରେ କଇଁଛ ମାଂସର ଚାହିଦା ଅଧିକ ରହିଥିବାରୁ ବେପାରୀମାନେ ଚୋରାରେ ଆନ୍ଧ୍ରରୁ କମ ଦାମରେ କିଣି ଅଧିକା ଦାମରେ ବିକ୍ରି କରି ମାଲାମାଲ ହେଉଛନ୍ତି |
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/25/3VvAnlaT3uf8Dik9Fcar.jpg)