ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବାହାରିଲେ ପୋଲିଂ କର୍ମଚାରୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଶନିବାର ପୋଲିଂ କର୍ମଚାରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ। ୧୦,୭୯୨ ମତଦାନ କେନ୍ଦ୍ରରେ ୫୨ ଜଣ ପ୍ରାର୍ଥୀଙ୍କ ପାଇଁ ୯୫,୧୪,୮୮୩ ମତଦାତା ଭୋଟ ଦେବେ। ମତଦାତାଙ୍କ ମଧ୍ୟରୁ ୪୬,୦୫,୬୯୪ ଜଣ ମହିଳା, ୪୯,୦୮,୫୭୫ ପୁରୁଷ ଓ ୬୧୫ ତୃତୀୟ ଲିଙ୍ଗର ଭୋଟର।

ଏହି ପର୍ଯ୍ୟାୟର ନିର୍ବାଚନ ପାଇଁ ଶନିବାର ରାଜନୈତିକ ନେତାମାନେ ନିର୍ବାଚନ ପ୍ରଚାର ଶେଷ କରିଥିବା ବେଳେ ନିର୍ବାଚନ କମିସନ ଅଧିକ ତତ୍ପର ଦେଖାଯାଇଛନ୍ତି।

ମୟୂରଭଂଜ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ: ବାରିପଦା, ମୋରଡ଼ା, ବାଙ୍ଗିରିପୋଷି, ସାରସକଣା, ଯଶିପୁର, ରାଇରଙ୍ଗପୁର, ଉଦଳା

ବାଲେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ: ବାଲେଶ୍ୱର, ଜଳେଶ୍ୱର, ରେମୁଣା, ନୀଳଗିରି, ଭୋଗରାଇ, ବସ୍ତା, ବଡ଼ସାହି (ମୟୂରଭଂଜ)

ଭଦ୍ରକ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ବାସୁଦେବପୁର, ଧାମନଗର, ସୋର (ଭଦ୍ରକ), ସିମୁଳିଆ (ଭଦ୍ରକ)

ଯାଜପୁର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ: ଯାଜପୁର, ବଡ଼ଚଣା, ଧର୍ମଶାଳା, ବରୀ, ବିଝାରପୁର, କୋରେଇ, ସୁକିନ୍ଦା

ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ: ବାଲିକୁଦା-ଏରସମା, ଜଗତସିଂହପୁର, ପାରାଦୀପ, ତିର୍ତ୍ତୋଲ, ନିଆଳି, କାକଟପୁର, ନିମାପଡ଼ା

କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା, ରାଜନଗର, ମହାକାଳପଡ଼ା, ଆଳି, ମାହାଙ୍ଗା, ସାଲେପୁର, ପାଟକୁରା (ମେ’ ୨୯ରେ ମତଦାନ)

 

ସୂଚନାଯୋଗ୍ୟ ଏପ୍ରିଲ ୨୯ରେ ୪ର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ଟି ଲୋକସଭା ଆସନ (ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର) ଏବଂ ଏହାର ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ। ଏଥି ପାଇଁ ଶନିବାର ନିର୍ବାଚନ ପ୍ରଚାରର ଶେଷ ତାରିଖ ରହିବ।

ସମ୍ବନ୍ଧିତ ଖବର