୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ଓଡ଼ିଶାର ୬ଟି ଲୋକସଭା ଆସନରେ ଲଢୁଛନ୍ତି ୫୨ ପ୍ରାର୍ଥୀ

ଭୁବନେଶ୍ୱର : ଆସନ୍ତା ୨୯ରେ ଦେଶବ୍ୟାପୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ । ୧୨ କୋଟି ୭୯ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ୯୪୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଦେଶବ୍ୟାପୀ ମତଦାନରେ ସୁବିଧା ପାଇଁ ୧ ଲକ୍ଷ ୪୦ ହଜାର ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ଓଡିଶାରେ ୬ଟି ସଂସଦୀୟ ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫୧୪୮୮୩ ମତଦାତା । ଏଥିରେ ସାମିଲ ଅଛନ୍ତି ୪୯୦୮୫୭୫ ପୁରୁଷ , ୪୬୦୫୬୯୪ ମହିଳା ଏବଂ ୬୧୫ ଜଣ ତୃତୀୟ ଲିଙ୍ଗର ମତଦାତା । ମୋଟ ୧୦୭୯୨ ପୋଲିଂ ବୁଥରେ ମତଦାନ ଗ୍ରହଣ କରାଯିବ ।

ବିହାରରେ ୫ଟି ଆସନରେ ମତଦାନ ଗ୍ରହଣ କରାଯିବ ଏବଂ ଏଥିପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୬୬ ଜଣ ପ୍ରାର୍ଥୀ । ସେମାନଙ୍କୁ ୮୮୩୪ ପୋଲିଂ ବୁଥରେ ମତଦାନ ମାଧ୍ୟମରେ ନିର୍ବାଚିତ କରିବେ ୮୭୦୨୩୧୩ ମତଦାତା । ଜମ୍ମୁ କାଶ୍ମୀରରେ ମାତ୍ର ଗୋଟିଏ ଆସନରୁ ନିର୍ବାଚନ ଲଢ଼ୁଛନ୍ତି ୧୮ ଜଣ ପ୍ରାର୍ଥୀ ଏବଂ ୪୩୩ଟି ପୋଲିଂ ବୁଥରୁ ମତଦାନ କରି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୪୨୨୪ ମତଦାତା । ଝାଡଖଣ୍ଡରେ ୩ଟି ଆସନରେ ଲଢ଼େଇ ହେବ ଏବଂ ଏଥିପାଇଁ ରହିଛନ୍ତି ୫୯ଜଣ ପ୍ରାର୍ଥୀ । ୩୦୧୩ ପୋଲିଂ ବୁଥରୁ ଭୋଟ ଦାନ ମାଧ୍ୟମରେ ବିଜୟୀ ପ୍ରାର୍ଥୀ ନିର୍ବାଚିତ କରିବେ ୧୦୫୫୫୬୮୯ ଭୋଟର । ସେହିପରି ମହାରାଷ୍ଟ୍ରର ୧୭ଟି ଆସନରେ ୩୨୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୩୧୪ ପୋଲିଂ ବୁଥରୁ ୩୧୧୯୨୮୨୩ ଜଣ ମତଦାତା ମତଦାନ ପୂର୍ବକ ବିଜୟୀ ପ୍ରାର୍ଥୀ ନିର୍ବାଚିତ କରିବେ । ରାଜସ୍ଥାନର ୧୩ଟି ଆସନ ପାଇଁ ୧୧୫ଜଣ ପ୍ରାର୍ଥୀ ମୁକାବିଲା କରୁଛନ୍ତି । ୨୮୧୮୨ ମତଦାନ କେନ୍ଦ୍ରରୁ ମତଦାନ କରି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫୭୭୬୯୯୩ ଭୋଟର । ଉତ୍ତରପ୍ରଦେଶରେ ୧୩ଟି ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୧୫୪ ଜଣ ପ୍ରାର୍ଥୀ ଏବଂ ୨୭୫୧୩ ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ମୋଟ ମତଦାତାଙ୍କ ସଂଖ୍ୟା ୨୩୮୮୮୩୬୭ ।  ପଶ୍ଚିମବଙ୍ଗର ୮ଟି ଆସନରେ ୬୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୩୪୫୬୪୯୧ ମତଦାତା ।  ମୋଟ ୧୫୨୭୭ ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର