ରାଉରକେଲା: ଗୋପବନ୍ଧୁପାଲି ଅଞ୍ଚଳରେ ଡକାୟତି ଯୋଜନା କରୁଥିବାବେଳେ ୫ ଜଣଙ୍କୁ କାବୁ କରିଛି ପୁଲିସ। ​ଅଭିଯୁକ୍ତମାନେ ହେଲେ ଅଜୟ ରାମ(୩୬), ଆକାଶ ସିଂ(୨୩), ସାବନ ଯାଦବ(୨୪), ନିଖିଳ ସିଂ(୨୦) ଓ କୁନ୍ଦନ ଶର୍ମା(୨୧)।
ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଗୋପବନ୍ଧୁପାଲି ଅଞ୍ଚଳରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିଲେ। ରାତି ପ୍ରାୟ ଦେଢ଼ଟା ସମୟରେ ଗୋପବନ୍ଧୁପାଲି ପୁଲିସ ଖବର ପାଇ ସଦଳବଳ ସେଠାରେ ପହଞ୍ଚିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ୨ଟି ଖଣ୍ଡା, ଗୋଟିଏ ଭୁଜାଲି, ଗୋଟିଏ ଷ୍ଟିଲ୍ ପାଇପ୍ ଏବଂ ଗୋଟିଏ ଲୁହା ରଡ୍ ଜବତ ହୋଇଛି। ସୂଚନାଯୋଗ୍ୟ, ଏହି ଅଭିଯୁକ୍ତମାନଙ୍କ ନାଁରେ ରାଉରକେଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/18/gdIf54EBIzoGWXnr3HUM.jpg)