ରାଜଗାଙ୍ଗପୁର: କାଂସବାହାଲ ନିଉ କଲୋନିରେ ସଂଘଟିତ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ରାଜଗାଙ୍ଗପୁରର ନେହରୁ ସନ୍ନ୍ୟାସୀ, ମୁନା ସନ୍ନ୍ୟାସୀ, ସୂରଜ ବରୁଆ, ସାଗର ସାହୁ ଏବଂ ସୁଜିତ ଭେଙ୍ଗରା। ପୂର୍ବରୁ ଜଣେ ଡକାୟତ ଆଜାଦ ନାଗ ଗିରଫ ହୋଇ ସାରିଥିବାବେଳେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି।
ଗତ ୪ ତାରିଖରେ ନିଉ କଲୋନି ନିବାସୀ ରଘୁନାଥ ନାୟକଙ୍କ ଘରେ ପଶି ଦୁର୍ବୃତ୍ତମାନେ ଡକାୟତି କରିଥିଲେ। ଉକ୍ତ ଦିନ ସନ୍ଧ୍ୟା ୫.୧୦ରେ ୫ ଜଣ ଡକାୟତ ଦୁଇଟି ବାଇକ୍ରେ ଆସିଥିଲେ। ୨ ଜଣ ଘର ବାହାରେ ଜଗି ରହିଥିବାବେଳେ ୩ ଜଣ ଭିତରେ ପଶିଥିଲେ। ଡକାୟତମାନେ ରଘୁନାଥଙ୍କ ପୁଅ ଓ ସ୍ତ୍ରୀଙ୍କୁ ଦେଶୀବନ୍ଧୁକ ଓ ଛୁରା ଦେଖାଇ ଭୟଭୀତ କରି ଘରେ ଥିବା ନଗଦ ୧,୧୦,୦୦୦ ଟଙ୍କା ଓ ଅଳଙ୍କାର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର, ବ୍ୟାଙ୍କ ଜମାଖାତା, ପୋଷ୍ଟ ଅଫିସ ଜମାଖାତାକୁ ନେଇ ଘର ବାହାରୁ ବନ୍ଦକରି ଚମ୍ପଟ ମାରିଥିଲେ। ରଘୁନାଥ ରାତି ୧୦ଟାରେ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତକରି ଜାଣିଥିଲା ଯେ ରଘୁନାଥଙ୍କ ଜଣେ ପରିଚିତ ବ୍ୟକ୍ତି ହିଁ ଡକାୟତି ପାଇଁ ପ୍ରଥମେ ଯୋଜନା କରିଥିଲା। ସେ ନିଜ ବନ୍ଧୁ କାଂସବାହାଲରେ ରହୁଥିବା ରାଜଗାଙ୍ଗପୁରର ନେହରୁ ସନ୍ନ୍ୟାସୀକୁ ରଘୁନାଥଙ୍କ ସଂପର୍କରେ ସମସ୍ତ ସୂଚନା ଦେଇଥିଲା। ନେହରୁ ନିଜ ପୁତୁରା ମୁନା ସନ୍ନ୍ୟାସୀକୁ ରଘୁନାଥଙ୍କ ଘରୁ ଡକାୟତି ପାଇଁ ପ୍ରବର୍ତ୍ତାଇ ଥିଲା। ଏହାପରେ ମୁନା ଓ ଆଜାଦ ନାଗ ସହ ମିଶି ଡକାୟତି ଯୋଜନା କରିଥିଲେ।
ସୂଚନା ଅନୁସାରେ, ଗତ ୪ ତାରିଖରେ ନିଉ କଲୋନି ନିବାସୀ ରଘୁନାଥ ନାୟକଙ୍କ ଘରେ ପଶି ଦୁର୍ବୃତ୍ତମାନେ ଡକାୟତି କରିଥିଲେ। ଉକ୍ତ ଦିନ ସନ୍ଧ୍ୟା ୫.୧୦ରେ ୫ ଜଣ ଡକାୟତ ଦୁଇଟି ବାଇକ୍ରେ ଆସିଥିଲେ। ୨ ଜଣ ଘର ବାହାରେ ଜଗି ରହିଥିବାବେଳେ ୩ ଜଣ ଭିତରେ ପଶିଥିଲେ। ଡକାୟତମାନେ ରଘୁନାଥଙ୍କ ପୁଅ ଓ ସ୍ତ୍ରୀଙ୍କୁ ଦେଶୀବନ୍ଧୁକ ଓ ଛୁରା ଦେଖାଇ ଭୟଭୀତ କରି ଘରେ ଥିବା ନଗଦ ୧,୧୦,୦୦୦ ଟଙ୍କା ଓ ଅଳଙ୍କାର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର, ବ୍ୟାଙ୍କ ଜମାଖାତା, ପୋଷ୍ଟ ଅଫିସ ଜମାଖାତାକୁ ନେଇ ଘର ବାହାରୁ ବନ୍ଦକରି ଚମ୍ପଟ ମାରିଥିଲେ। ରଘୁନାଥ ରାତି ୧୦ଟାରେ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତକରି ଜାଣିଥିଲା ଯେ ରଘୁନାଥଙ୍କ ଜଣେ ପରିଚିତ ବ୍ୟକ୍ତି ହିଁ ଡକାୟତି ପାଇଁ ପ୍ରଥମେ ଯୋଜନା କରିଥିଲା। ସେ ନିଜ ବନ୍ଧୁ କାଂସବାହାଲରେ ରହୁଥିବା ରାଜଗାଙ୍ଗପୁରର ନେହରୁ ସନ୍ନ୍ୟାସୀକୁ ରଘୁନାଥଙ୍କ ସଂପର୍କରେ ସମସ୍ତ ସୂଚନା ଦେଇଥିଲା। ନେହରୁ ନିଜ ପୁତୁରା ମୁନା ସନ୍ନ୍ୟାସୀକୁ ରଘୁନାଥଙ୍କ ଘରୁ ଡକାୟତି ପାଇଁ ପ୍ରବର୍ତ୍ତାଇ ଥିଲା। ଏହାପରେ ମୁନା ଓ ଆଜାଦ ନାଗ ସହ ମିଶି ଡକାୟତି ଯୋଜନା କରିଥିଲେ।
ଘଟଣାର ଦୁଇଦିନ ପୂର୍ବରୁ ସେମାନେ ଉକ୍ତ ଘର ନିକଟକୁ ଯାଇ ରେକି କରିଥିଲେ। ଯୋଜନା ଅନୁଯାୟୀ ଉକ୍ତଦିନ ମୁନା ସନ୍ନ୍ୟାସୀ, ସୂରଜ ବରୁଆ, ସୁଜିତ ଭେଙ୍ଗରା, ଆଜାଦ ନାଗ ଓ ସାଗର ସାହୁ ୨ଟି ବାଇକ୍ରେ ଯାଇ ଡକାୟତି କରିଥିଲେ। ଲୁଟ ପରେ ଚୋରି ସୁନାକୁ ସେମାନେ ରାଜେଶ ସାହୁ ନାମକ ଜଣେ ମଧ୍ୟସ୍ଥି ଜରିଆରେ ରାଉରକେଲାରେ ବିକ୍ରିକରି ମିଳିଥିବା ଅର୍ଥ ନିଜନିଜ ଭିତରେ ଭାଗକରି ନେଇଥିଲେ। ପୂର୍ବରୁ ପୁଲିସ ଅନ୍ୟ ଏକ ମାମଲାରେ ଆଜାଦ ନାଗକୁ ଗିରଫକରି କୋର୍ଟଚାଲାଣ କରିଥିଲା। ତାକୁ ରିମାଣ୍ଡରେ ଆଣି ଏହି ଡକାୟତି ସଂପର୍କରେ ସୂଚନା ପାଇଥିଲା ଓ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏହି ମାମଲାରେ ଡକାୟତିର ମୂଳ ଯୋଜନା କରିଥିବା ରଘୁନାଥଙ୍କ ପରିଚିତ ବ୍ୟକ୍ତି, ଡକାୟତଙ୍କଠାରୁ ଗହଣା ନେଇ ରାଉରକେଲାରେ ବିକିଥିବା ମଧ୍ୟସ୍ଥି ରାଜେଶ ସାହୁ ଏବଂ ଚୋରି ଅଳଙ୍କାର କିଣିଥିବା ରାଉରକେଲାର ଗହଣା ବ୍ୟବସାୟୀ ଏପର୍ଯ୍ୟନ୍ତ ଗିରଫ ହୋଇ ନାହାନ୍ତି।