ସାସାରାମ: ରବିବାର ଦିନ ବିହାରର ସାସାରାମର ତୁମ୍ବା ଗ୍ରାମ ନିକଟ ସୋନ ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ତିନି ଝିଅଙ୍କ ସମେତ ୭ ଜଣ ପିଲା ବୁଡ଼ି ଯାଇଛନ୍ତି । ପାଞ୍ଚଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ପିଲାଙ୍କ ସନ୍ଧାନ ଜାରି ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଉଦ୍ଧାର ହୋଇଥିବା ପାଞ୍ଚ ପିଲାଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଦୁଇ ପିଲାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା ଯେଉଁଠାରେ ଡାକ୍ତରମାନେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବୁଡ଼ି ଯାଇଥିବା ପିଲାମାନଙ୍କ ମଧ୍ୟରେ ୧୦ ବର୍ଷୀୟ କେଦାର ଗୌଡ଼, ୧୨ ବର୍ଷୀୟ ବିବେକ କୁମାର, ୧୦ ବର୍ଷୀୟ ଟୁନୁ ଗୌଡ଼, ୧୩ ବର୍ଷୀୟ ନାବ୍ୟା କୁମାରୀ, ୧୨ ବର୍ଷୀୟ ନିଧି କୁମାରୀ ପ୍ରମୁଖ ରହିଛନ୍ତି |
ସେହିପରି ୮ ବର୍ଷୀୟ ଗୁଙ୍ଗୁନ କୁମାରୀ ଓ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ମିଳିଥିବା ସୂଚନା ମୁତାବକ ପିଲାମାନେ ଆଜି ଅପରାହ୍ନରେ ସୋନ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଜଣଙ୍କର ପାଦ ଖସିଗଲା ଏବଂ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତେ ଧୀରେ ଧୀରେ ନଦୀର ଗଭୀର ଜଳକୁ ଚାଲିଯାଇଥିଲେ | ଏହା ଦେଖିବା ପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ତେବେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ଓ ଆଉ ଦୁଇ ଜଣଙ୍କୁ ଏବେ ବି ଖୋଜା ଚାଲିଛି |