ନୂଆପଡ଼ା: ଜୁଆ ଖେଳୁଥିବାବେଳେ ମାଡିବସିଲା ପୁଲିସ | ଆଉ ୫ ଜୁଆଡ଼ିଙ୍କୁ ଧରିବା ସହ ବିପୁଳ ଟଙ୍କା ଜବତ କରିଛି ନୂଆପଡା ପୁଲିସ | ମିଳିଥିବା ସୂଚନା ମୁତାବକ ନୂଆପଡ଼ା ପୁଲିସ ସାଇପଲା ଗାଁ ନିକଟ ଜଙ୍ଗଲରେ ଜୁଆଖେଳ ଚାଲିଥିବାବେଳେ ଚଢ଼ାଉ କରିଥିଲା । ସେଠାରୁ ୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ୬୧ ହଜାର ଟଙ୍କା ଜବତ କରିଥିଲା ।
ଗତକାଲି ରାତିରେ ସାଇପଲା ଗାଁ ନିକଟ ଜଙ୍ଗଲରେ ଏକ ଜୁଆ ଆଡ୍ଡା ଚାଲିଥିଲା । ଏହି ଖବର ପାଇ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢାଉ କରିଥିଲା। ସେଠାରୁ ୫ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୬୧ହଜାର ଟଙ୍କା, ୫ଟି ମୋବାଇଲ ଓ ୫ଟି ବାଇକ ଜବତ କରିଥିଲା । ଆଜି ସକାଳେ ସମସ୍ତ ଜୁଆଡ଼ିଙ୍କୁ ନୋଟିସ କରି ଥାନାରୁ ଛାଡ଼ି ଦେଇଥିବା ପୁଲିସ ସୂଚନା ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/23/96592c18-57d9-498f-b158-34571c3b829a-2025-06-23-12-27-36.jpg)