ହାଟଡିହି:ବାଲି ଗାଡ଼ିରୁ ବେଆଇନ ଚାନ୍ଦା ଆଦାୟକୁ କେନ୍ଦ୍ର କରି ଅଶାନ୍ତ ହେଉଛି ଶାଳଣିଆଁ ଅଞ୍ଚଳ। ନିୟମିତ ଗଣ୍ଡଗୋଳ ଘଟି ଅଶାନ୍ତି ସୃଷ୍ଟି ହେଉଛି। ଚାନ୍ଦା ଆଦାୟକୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୫ରୁ ଅଧିକ ଆହତ ହୋଇଛନ୍ତି।
ଶାଳଣିଆଁର ଗୋଟିଏ ଗୋଷ୍ଠୀର ୪/୫ ଜଣ ବ୍ୟକ୍ତି ଦୀର୍ଘ ଦିନ ହେଲା ଚାନ୍ଦା ଆଦାୟ କରୁଥିବା ବେଳେ ହରିଜନ ସାହିର କିଛି ଯୁବକ ଗତକାଲି ଓରାଳି - ଶାଳଣିଆଁ ରାସ୍ତାରେ ଚାନ୍ଦା ଆଦାୟ କରିଥିଲେ। ପୂର୍ବରୁ ଆଦାୟ କରୁଥିବା ବ୍ୟକ୍ତିମାନେ ଏହାକୁ ବିରୋଧ କରିବାରୁ ଉଭୟଙ୍କ ଭିତରେ ସଂଘର୍ଷ ଘଟିଥିଲା। ଏଥିରେ ଉଭୟ ପକ୍ଷର ୫ଜଣ ଆହତ ହୋଇ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହି ଘଟଣାକୁ ନେଇ ଶାଳଣିଆଁ ହରିଜନ ସାହିର ମହିଳାମାନେ ଓରାଳି - ଶାଳଣିଆଁ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ନନ୍ଦିପଦା ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/27/NrwJ4K9GiN2Qp4IFXCEL.jpg)