ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦାଦନ ଶ୍ରମିକ ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏଥିଲାଗି ଜିଲ୍ଲା ପ୍ରଶାସନଙ୍କ ଆନ୍ତରିକତା ଅଭାବ ହେତୁ ସଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ। ଜିଲ୍ଲାପାଳ ପ୍ରତି ସୋମବାର ଦିନ ଜିଲ୍ଲାର ୫ ଟି ବ୍ଳକରେ ପ୍ରବାସୀ ଶ୍ରମିକ ଉପରେ ସଚେତନା କରୁଥିଲେ ମଧ୍ୟ ନୂଆପଡ଼ା ଜିଲ୍ଲାରେ ରୋଜଗାର ଅଭାବ ହେତୁ ପ୍ରତିବର୍ଷ ହଜାର ହଜାର ଲୋକ ରାଜ୍ୟ ବାହାକୁ ରୋଜଗାର ପାଇଁ ଯାଇ ବିଭିନ୍ନ ନିର୍ଯାତନା ପାଇବା ସହ ଶେଷରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳିଛି। କିଛି ଶ୍ରମିକଙ୍କ ମୃତଦେହ ଘରକୁ ଫେରିଥିବା ବେଲେ ଆଉ କିଛି ଶ୍ରମିକଙ୍କ ମୃତଦେହ ଘରକୁ ପହଞ୍ଚିୁ ନାହିଁ। ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକ ଙ୍କୁ ଦୁଃଖ ବଢ଼ିବା ଲଗିଛି। ଜିଲ୍ଲାରେ ଚଳିତ ବର୍ଷ ୨୦୨୫ ଜାନୁଆରୀ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୫ ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରେ ମୃତ ହୋଇଥିବା ବେଳେ ୪ରୁ ଅଧିକ ଶ୍ରମିକ ନିଖୋଜ ହୋଇଥିବା ଜଣାଯାଇଛି। ତେଣେ ୨ଜଣ ଗୋଡ଼ ହରାଇ ଘରେ ରହିଛନ୍ତି।
କୋମନା ବ୍ଳକ ଲଖନା ଥାନା ଛିନ୍ଦପାଣି ଗ୍ରାମର ରାଜକୁମାର ମାଝୀଙ୍କ ପୁଅ ଛବି ମାଝୀ (୨୪) ଆନ୍ଧ୍ର ପ୍ରଦେଶ ରାଜ୍ୟ ତିରୁପତି ଜିଲ୍ଲା ପିଚିରେଡ଼ି ଟପୁ ବିଏମଆର ନଗର ମେନ ରୋଡ଼ ଠାରେ ଥିବା ଏହି କମ୍ପାନିରେ କାମ କରୁଥିବା ବେଲେ ଆଜି ପର୍ଯ୍ୟନ୍ତ ନିଖୋଜ ରହିଛି। ସେପରି ଜିଲ୍ଲାର ୬ରୁ ଅଧିକ ଶ୍ରମିକ କାମ କରି ରାଜ୍ୟ ବାହାରୁ ଯାଇଥିବା ବେଲେ ଆଜି ପର୍ଯ୍ୟନ୍ତ ନିଖୋଜ ରହିଥିବା ଜଣାପଡ଼ିଛି। ଜିଲ୍ଲାରେ ୫ ମାସରେ ୫ ଜଣ ଶ୍ରମିକ ମୃତ ହୋଇଥିବା ବେଳେ ୬ ରୁ ଅଧିକ ଶ୍ରମିକ ନିଖୋଜ ହୋଇଛନ୍ତି। ହୋଇଥିଲେ ମଧ୍ୟ ଜିଲ୍ଲା ଶ୍ରମ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଲିଛି। ଏହା ଉପରେ ନୂଆପଡ଼ା ଜିଲ୍ଲା ଶ୍ରମ ପକ୍ଷରୁ ଶ୍ରମିକ ମାନଙ୍କୁ ପଞ୍ଜକୃତ କରି ରାଜ୍ୟ ବାହାକୁ ଯିବା ପାଇଁ ବାରମ୍ବାର ସଚେତନା କରାଯାଇଛି। ଯେଉଁ ଶ୍ରମିକ ରାଜ୍ୟ ବାହାରେ ମୃତ ହେଲେ ସେମାନଙ୍କ ସରକାର ପକ୍ଷରୁ ମଧ୍ୟ କ୍ଷତିପୁରଣ ଦିଆଯାଇଛି। ନିଖୋଜ ହୋଇଥିବା ଶ୍ରମିକମାନଙ୍କୁ ଖୋଜିବା ଆମର କାମ ନୁହେଁ। ଯେଉ ରାଜ୍ୟରେ ଶ୍ରମିକ ନିଖୋଜ ହୋଇଛନ୍ତି ସେହି ସ୍ଥାନର ପୁଲିସ ସହ ଜିଲ୍ଲାର ପୁଲିସ ଯୋଗାଯୋଗ କରି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ଥାଏ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ଦିନକୁ ଦିନ ଶ୍ରମିକ ମୃତ୍ୟୃ ଓ ନିଖୋଜ ହେବ ଘଟଣା ପଦାକୁ ଆସିଥିବା ବେଳେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ୨୧ ତାରିଖ ଦିନ ଖଡ଼ିଆଳ ଥାନା ଖାଲିଆଭଟା ଗ୍ରାମର ରବୀନ୍ଦ୍ର ମାଝୀ(୨୪) ଆନ୍ଧ୍ର ପ୍ରଦେଶ ଘଟକେଶ୍ବର ଥାନା ଆରଆରକେଏନ ଷ୍ଟୋନ କାଚ କମ୍ପାନିରେ କାମ କରୁଥିଲେ। ହେଲେ କମ୍ପାନିର ପିକଅପ୍ ଭ୍ୟାନ୍ ଗାଡ଼ିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ତାଙ୍କ ମୃତ୍ୟୃ ହୋଇଛି। ଚଳିତ ବର୍ଷ ଜାନୁଆରୀ ୫ ତାରିଖ ଦିନ କୋମନା ଥାନା ସୁନାବେଡ଼ା ପଞ୍ଚାୟତ ଗୋଡ଼ଭଟା ଗ୍ରାମର ଝନକ ମାଝୀ (୪୫) ଶ୍ରମିକ ଭାବେ ତେଲେଙ୍ଗାନା ପୁଚି ଆଟିପେଡୁ ଠାରେ ଥିବା ଏକ ଇଟାଭାଟିରେ କାମ କରୁଥିବା ବେଲେ ଝାଡ଼ାବାନ୍ତିରେ ମୃତ୍ୟୃ ହୋଇଛି। ଜାନୁଆରୀ ୭ ତାରିଖ ଦିନ ଖଡ଼ିଆଳ ଥାନା ବିଛନାପାଳି ଗ୍ରାମର କରୁଣା ଝାଙ୍କର (୩୩) ଆନ୍ଧ୍ର ପ୍ରଦେଶରେ ଇଟାଭାଟିରେ କାମ କରୁଥିବା ବେଲେ ମୃତ୍ୟୃ ହୋଇଥିଲା। ମଇ ୧୦ ତାରିଖ ଦିନ କୋମନା ଥାନା କୋନାବିରା ଗ୍ରାମର ଜଣେ ଶ୍ରମିକ ଚେନ୍ନାଇରେ ଶ୍ରମିକମାନେ କାମ କରୁଥିବା ବେଳେ ବିଦ୍ୟୁତ କରେଣ୍ଟ ଲାଗି ପୁର୍ଣ୍ଣ ପରାଭୂଏ (୩୨)ଙ୍କ ମୃତ୍ୟୁ ହୋଇଛି। ସେପରି ୩୦ ମଇରେ ନୂଆପଡ଼ା ଜିଲ୍ଲା ସଦର ଥାନା ସାରାବଙ୍ଗ ଗାଁର ଜଣେ ଦାଦନ ଶ୍ରମିକଙ୍କୁ ଉତ୍ତରପ୍ରଦେଶ ରାଜ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକ ହେଲେ ଭୋକସିଂ ରାଉତ(୩୫) ପ୍ରୟାଗରାଜ ଜିଲ୍ଲା କଠୋଲି ଇଟାଭାଟିରେ ଇଟା ତିଆରି କାମ କରୁଥିବା ବେଲେ ତାଙ୍କ ହତ୍ୟା କରି ଟ୍ରେନ ଲାଇନରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସେହିପରି।