ରାଉରକେଲା: ‘ପଚାଶ ବର୍ଷରେ ପାଦ ଥାପିଥିବା ଉତ୍କଳମଣି ହୋମିଓପ୍ୟାଥିକ ମେଡିକାଲ କଲେଜର ଏକ ଗୌରବଜ୍ଜ୍ବଳ ଇତିହାସ ରହିଛି। କରୋନା ସମୟରେ ସେବା ଯୋଗାଇ ଏହି ଅନୁଷ୍ଠାନ ପ୍ରଶଂସାର ପାତ୍ର ପାଲଟିଥିଲା। ଏହାକୁ ଉନ୍ନୀତ କରାଯାଇ ଏଠାରେ ୫୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ ନିର୍ମାଣ କରାଯିବ’ ବୋଲି ସେକ୍ଟର-୨୧ସ୍ଥ ଉତ୍କଳମଣି ହୋମିଓପାଥିକ ମେଡିକାଲ କଲେଜ ଓ ହସ୍‌ପିଟାଲର ସୁବର୍ଣ୍ଣ ଜୟନ୍ତୀ ଏବଂ ପୁରାତନ ଛାତ୍ରମିଳନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ‘ରାଜ୍ୟରେ ସରକାର ପରିବର୍ତ୍ତନ ସହ ବିକାଶର ଧାରା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ଆମେ ପୂର୍ବ ଇତିହାସକୁ ନେଇ ଗର୍ବ କରିବା ଏବଂ ବର୍ତ୍ତମାନର ବିକାଶଧାରାକୁ ଆଗେଇ ନେବା। ଆ​ୟୁଷ, ଆୟୁର୍ବେଦ, ହୋମିଓପାଥି, ୟୁନାନୀ ଓ  ଯୋଗ ହେଉଛି ଆମ ସାଂସ୍କୃତିକ ସମ୍ପଦ। ପୂର୍ବରୁ ଏହାକୁ କମ୍‌ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ ଏବେ ଓଡ଼ିଶା ପ୍ରଦେଶର ଆୟୁଷ କ୍ଷେତ୍ରକୁ ସୁଦୃଢ଼ କରିବାକୁ ଆମେ ପ୍ରଚେଷ୍ଟା କରୁଛୁ। ଆ​ୟୁଷ୍ମାନ କାର୍ଡ ଦ୍ବାରା ଓଡ଼ିଶାବାସୀ ଦେଶର ୨୯ ହଜାର ହସ୍‌ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇବେ। ଆଗରୁ ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା ଏବେ ପ୍ରତ୍ୟେକ ସଦସ୍ୟଙ୍କୁ ଏକ ପ୍ୟାନ୍‌ ଇଣ୍ଡିଆ କାର୍ଡ ଦିଆଯିବ। ଏହାସହ ସବୁ ପଞ୍ଚାୟତରେ ଆ​ୟୁଷ୍ମାନ ଆରୋଗ୍ୟ ମନ୍ଦିର ବ୍ୟବସ୍ଥା କରାଯିବ। ଆରୋଗ୍ୟ ମନ୍ଦିର ମାଧ୍ୟମରେ ୧୨୦ ପ୍ରକାର ରୋଗ ସହ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗର ଔଷଧ ସମ୍ପୂର୍ଣ୍ଣ ମାଗଣା ଦିଆଯିବ। ଯୋଗକୁ ପ୍ରୋତ୍ସାହନ ଦେବା ପାଇଁ ସବୁ ଆରୋଗ୍ୟ ମନ୍ଦିରରେ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ’ ବୋଲି ମନ୍ତ୍ରୀ କହିଛନ୍ତି। 

Advertisment

ଉତ୍କଳମଣି ହୋମିଓପ୍ୟାଥିକ ମେଡିକାଲ କଲେଜର ଏକ ଗୌରବଜ୍ଜ୍ବଳ ଇତିହାସ ରହିଛି। କରୋନା ସମୟରେ ସେବା ଯୋଗାଇ ଏହି ଅନୁଷ୍ଠାନ ପ୍ରଶଂସାର ପାତ୍ର ପାଲଟିଥିଲା। ଏହାକୁ ଉନ୍ନୀତ କରାଯାଇ ଏଠାରେ ୫୦ ଶଯ୍ୟାବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ ନିର୍ମାଣ କରାଯିବ’ ବୋଲି ସେକ୍ଟର-୨୧ସ୍ଥ ଉତ୍କଳମଣି ହୋମିଓପାଥିକ ମେଡିକାଲ କଲେଜ ଓ ହସ୍‌ପିଟାଲର ସୁବର୍ଣ୍ଣ ଜୟନ୍ତୀ ଏବଂ ପୁରାତନ ଛାତ୍ରମିଳନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ‘ରାଜ୍ୟରେ ସରକାର ପରିବର୍ତ୍ତନ ସହ ବିକାଶର ଧାରା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ଆମେ ପୂର୍ବ ଇତିହାସକୁ ନେଇ ଗର୍ବ କରିବା ଏବଂ ବର୍ତ୍ତମାନର ବିକାଶଧାରାକୁ ଆଗେଇ ନେବା। ଆ​ୟୁଷ, ଆୟୁର୍ବେଦ, ହୋମିଓପାଥି, ୟୁନାନୀ ଓ  ଯୋଗ ହେଉଛି ଆମ ସାଂସ୍କୃତିକ ସମ୍ପଦ। ପୂର୍ବରୁ ଏହାକୁ କମ୍‌ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ ଏବେ ଓଡ଼ିଶା ପ୍ରଦେଶର ଆୟୁଷ କ୍ଷେତ୍ରକୁ ସୁଦୃଢ଼ କରିବାକୁ ଆମେ ପ୍ରଚେଷ୍ଟା କରୁଛୁ। ଆ​ୟୁଷ୍ମାନ କାର୍ଡ ଦ୍ବାରା ଓଡ଼ିଶାବାସୀ ଦେଶର ୨୯ ହଜାର ହସ୍‌ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇବେ। ଆଗରୁ ପରିବାରକୁ ଗୋଟିଏ କାର୍ଡ ମିଳୁଥିଲା ଏବେ ପ୍ରତ୍ୟେକ ସଦସ୍ୟଙ୍କୁ ଏକ ପ୍ୟାନ୍‌ ଇଣ୍ଡିଆ କାର୍ଡ ଦିଆଯିବ। ଏହାସହ ସବୁ ପଞ୍ଚାୟତରେ ଆ​ୟୁଷ୍ମାନ ଆରୋଗ୍ୟ ମନ୍ଦିର ବ୍ୟବସ୍ଥା କରାଯିବ। ଆରୋଗ୍ୟ ମନ୍ଦିର ମାଧ୍ୟମରେ ୧୨୦ ପ୍ରକାର ରୋଗ ସହ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗର ଔଷଧ ସମ୍ପୂର୍ଣ୍ଣ ମାଗଣା ଦିଆଯିବ। ଯୋଗକୁ ପ୍ରୋତ୍ସାହନ ଦେବା ପାଇଁ ସବୁ ଆରୋଗ୍ୟ ମନ୍ଦିରରେ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ’ ବୋଲି ମନ୍ତ୍ରୀ କହିଛନ୍ତି। 


ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଥିଲେ, ‘ଏହି ଶିକ୍ଷାନୁଷ୍ଠାନ ଏକ ଇତିହାସ। ଏହାକୁ ଗଢ଼ି ତୋଳିବା ପାଇଁ ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆଗକୁ ଏହି କଲେଜକୁ ସମସ୍ତ ସହଯୋଗ କରିବେ’ ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ମୁଖ୍ୟବକ୍ତା  ଡ. କି​ଶୋରୀ ଦାଶ ଯୋଗଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ମହାଜନ, ରାଉରକେଲା ଏଡିଏମ୍‌ ଆଶୁତୋଷ କୁଲକର୍ଣ୍ଣି, ସୁନ୍ଦରଗଡ଼ ସିଡିଏମ୍‌ଓ ଗୁରୁପ୍ରସାଦ ମହାନ୍ତ, ପ୍ରଫେସର ରତ୍ନାକର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ଅନୁପସ୍ଥିତ ଥିବାରୁ ଏକ ଭିଡିଓବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। କଲେଜ ଅଧ୍ୟକ୍ଷ ଡ. ଶୁଭାଶିଷ ସେଠୀ ଅତିଥି ପରିଚୟ ଓ ସ୍ବାଗତଭାଷଣ ଦେଇଥିଲେ। ଛାତ୍ର ମଙ୍ଗଳ ସମିତି ସଭାପତି ସନ୍ତୋଷ ସାହୁ ୧୧ଟି ଦାବି ଉପସ୍ଥାପନ କରିଥିଲେ ଏବଂ ଏହି ଦାବିଗୁଡ଼ିକ ଖୁବ୍‌ ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ କଥା ଦେଇଥିଲେ। ଶେଷରେ ଡ. ଅଶ୍ବିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ହୋମିଓପାଥିର ଜନକ ହ୍ୟାନିମାନଙ୍କ ମୂର୍ତ୍ତି ଅନାବରଣ ହୋଇଥିଲା।

rourkela