ନୂଆଦିଲ୍ଲୀ: ଇଲେକ୍ଟ୍ରିକ ସ୍କୁଟର ନିର୍ମାତା ଅଲଟ୍ରାଭାୟୋଲେଟର ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଟେସେରାକ୍ଟ ଲଞ୍ଚ ହେବା ମାତ୍ରେ ବଜାରରେ ଝଡ଼ ସୃଷ୍ଟି କରିଛି। ବିଶେଷ କଥା ହେଉଛି ଏହା ଲଞ୍ଚ ହେବାର ମାତ୍ର ୧୪ ଦିନ ମଧ୍ୟରେ ୫୦୦୦୦ ବୁକିଂ ପାଇଛି। ଲୋକଙ୍କ ମଧ୍ୟରେ ଏହି ସ୍କୁଟର ପାଇଁ ଏକ ପ୍ରବଳ କ୍ରେଜ୍ ରହିଛି। ଏହା ଏକ ଉନ୍ନତ ସ୍କୁଟର ଯେଉଁଥିରେ ଅନେକ ଆଶ୍ଚର୍ଯ୍ୟଜନକ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ, ଏହା ଲଞ୍ଚ ହେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ୨୦୦୦୦ ବୁକିଂ ପାଇଥିଲା। ଟେସେରାକ୍ଟ ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ମାତ୍ର ୧.୨୦ ଲକ୍ଷ ଟଙ୍କା (ପ୍ରାରମ୍ଭିକ ମୂଲ୍ୟ) ରଖାଯାଇଛି ଯାହା ପ୍ରଥମ ୫୦,୦୦୦ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।
ପ୍ରଥମ ୫୦ ହଜାର ବୁକିଂ ପାଇଁ ଏହି ସ୍କୁଟରର ଏକ୍ସ-ସୋରୁମ୍ ମୂଲ୍ୟ ୧.୨୦ ଲକ୍ଷ ଟଙ୍କା ରଖାଯାଇଥିଲା ଏବଂ ଏହା ପରେ ଏହାର ଏକ୍ସ-ସୋରୁମ୍ ମୂଲ୍ୟ ୧.୪୫ ଲକ୍ଷ ଟଙ୍କାରୁ ଆରମ୍ଭ ହେବ। ଏବେ ଦେଖିବାକୁ ବାକି ରହିଲା ଯେ କମ୍ପାନୀ ଏହାର ମୂଲ୍ୟ ସମ୍ପର୍କରେ କି ପଦକ୍ଷେପ ନେଉଛି। ଅଲଟ୍ରାଭାୟୋଲେଟ୍ ଟେସେରାକ୍ଟକୁ ପୂର୍ଣ୍ଣ ଚାର୍ଜରେ ୨୬୧ କିଲୋମିଟର ପର୍ଯ୍ୟନ୍ତ ଚଲାଇହେବ। ଏଥିରେ ୨୦ଏଚପି ଶକ୍ତି ପ୍ରଦାନ କରିବା ପାଇଁ ଏକ ବୈଦ୍ୟୁତିକ ମୋଟର ଲଗାଯାଇଛି। ଏହି ସ୍କୁଟରଟି ମାତ୍ର ୨.୯ ସେକେଣ୍ଡରେ ୦ ରୁ ୬୦ କିଲୋମିଟର ଘଣ୍ଟା ବେଗରେ ଗତି କରିପାରିବ ଏବଂ ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୧୨୫ କିଲୋମିଟର । କମ୍ପାନୀ ଦାବି କରିଛି ଯେ ଏହି ସ୍କୁଟରଟି ୧୦୦ ଟଙ୍କାରେ ୫୦୦ କିଲୋମିଟର ଚାଲିବ। ନୂତନ ଟେସେରାକ୍ଟ ଇଲେକ୍ଟ୍ରିକ୍ ସ୍କୁଟର ବଜାଜ ଚେତକ, ଟିଭିଏସ ଏବଂ ଓଲାକୁ କଡା ଟକ୍କର ଦେଇପାରେ |
ଏହି ଅଲ୍ଟ୍ରାଭାୟୋଲେଟ୍ ଟେସେରାକ୍ଟ ଇଲେକ୍ଟ୍ରିକ୍ ସ୍କୁଟରରେ ସମନ୍ୱିତ ରାଡାର ଏବଂ ଡ୍ୟାସକ୍ୟାମ୍ ରହିଛି ଯାହା ଏହାକୁ ଆହୁରି ସ୍ୱତନ୍ତ୍ର କରିଥାଏ। ଏହି ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଟେସେରାକ୍ଟ ମଧ୍ୟ ଫାଇଟର ଜେଟ୍ ଦ୍ୱାରା ଅନୁପ୍ରାଣିତ ହୋଇ ଡିଜାଇନ୍ କରାଯାଇଛି। ଅଲଟ୍ରାଭାୟୋଲେଟର ସିଇଓ ଏବଂ ସହ-ପ୍ରତିଷ୍ଠାତା ନାରାୟଣ ସୁବ୍ରମଣ୍ୟମ କହିଛନ୍ତି, “ଟେସେରାକ୍ଟ ପାଇଥିବା ପ୍ରତିକ୍ରିୟାରେ ଆମେ ବହୁତ ଖୁସି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/03/19/kzRMAmZUYbBpVeqW94Hy.jpg)