ରାଜ୍ୟରେ ଅପରାହ୍ଣ ୫ ସୁଦ୍ଧା ୫୧.୩୧% ମତଦାନ, ଅନ୍ୟ ସ୍ଥାନରେ କେଉଁଠି କେତେ ପ୍ରତିଶତ ମତଦାନ ଜାଣନ୍ତୁ

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ସୁଦ୍ଧା ୫୧.୩୧ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି।

ଭୁବନେଶ୍ୱର: ୫୦.୨୧%
କଟକ: ୪୫.୧୯%
ସମ୍ବଲପୁର: ୫୦.୧୪%
ଢେଙ୍କାନାଳ: ୫୫.୨୬%
କେନ୍ଦୁଝର: ୫୫.୨୯%
ପୁରୀ: ୫୪.୦୧%

ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ଆବଶ୍ୟକ ପଡ଼ିଲେ ସମୟକୁ ବଢ଼ାଇ ଦିଆଯାଇପାରେ। ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧିତ ଖବର